ନାଳର ପ୍ରଖର ସ୍ରୋତରେ ଭାସିଗଲେ ନାବାଳକ

ବେଗୁନିଆପଡ଼ା : ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଧୀନ ସାନଉସ୍ତାପଡ଼ା ପଞ୍ଚାୟତ ରାଣୀପଡ଼ା ଗ୍ରାମର ଜଣେ ନାବାଳକ ରବିବାର ଦିନ ଜଗତା ନାଳରେ ଭାସିଯାଇଛନ୍ତି । ନାବାଳକ ଜଣକ ହେଉଛନ୍ତି, ଟିଟୁ ନାହାକଙ୍କ ପୁଅ ଆକାଶ (୧୫) ଓ ସେ ଦଶମ ଶ୍ରେଣୀର ଛାତ୍ର । ରବିବାର ଅପରାହ୍ନ ପ୍ରାୟ ୩ଟା ବେଳେ ଆକାଶ ତାଙ୍କର ୩ ଜଣ ବନ୍ଧୁଙ୍କ ସହ ନାଳକୁ ଗାଧୋଇବା ଲାଗିଯାଇଥିଲେ ।
ହେଲେ ଅସାବଧାନତାବଶତଃ ପାଣିର ପ୍ରଖର ସ୍ରୋତରେ ସେ ଭାସିଯାଇଥିଲେ । ସୂଚନା ପାଇ ଗ୍ରାମବାସୀ ସେଠାରେ ପହଞ୍ଚି ଆକାଶଙ୍କୁ ଠାବ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ପରେ କୋଦଳା ଦମକଳବାହିନୀ ପହଞ୍ଚିଥିଲା । ଆକାଶଙ୍କ ପତ୍ତା ମିଳିପାରିନି । ଓଡ୍ରାଫ ଟିମର ସହାୟତା ନେବା ଲାଗି ଉଦ୍ୟମ ଆରମ୍ଭ ହୋଇଛି । ଏହି ଘଟଣା ପରେ ଆକାଶଙ୍କ ପରିବାର ଲୋକ ଚିନ୍ତାରେ ଭାଙ୍ଗି ପଡ଼ିଥିବା ବେଳେ କାନ୍ଦବୋବାଳିରେ ଘର ଫାଟିପଡ଼ୁଛି ।
Powered by Froala Editor