ବାତ୍ୟା ନେଇ ସ୍ୱତନ୍ତ୍ର ରିଲିଫ କମିଶନର କ’ଣ କହିଲେ ଜାଣନ୍ତୁ

ଭୁବନେଶ୍ୱର: ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଜୱାଦ । ବାତ୍ୟା ଜୱାଦ ଧୀରେ ଧୀରେ ଦୁର୍ବଳ ହେଉଥିବାବେଳେ ଆଜି ରାତିରେ ଗଭୀର ଅବପାତ ରୂପ ନେବାର ସମ୍ଭାବନା ରହିଛି । ତେବେ ବାତ୍ୟା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କ’ଣ କହିଲେ ଆସନ୍ତୁ ଜାଣିବା:
- ଆସନ୍ତାକାଲି ମଧ୍ୟାହ୍ନ ବେଳକୁ ପୁରୀ ଉପକୂଳରେ ପହଞ୍ଚିବ ଜୱାଦ
- ପୁରୀରେ ପହଞ୍ଚିଲା ବେଳକୁ ବାତ୍ୟାର ତୀବ୍ରତା କମିବା ନେଇ ଆକଳନ
- ପୁରୀ ଛୁଇଁବା ବେଳକୁ ପବନ ବେଗ ୬୦/୭୦ କିମି ରହିପାରେ
- ଆଜି ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଜିଲ୍ଲାରେ ଅତିପ୍ରବଳ ବର୍ଷା ହୋଇପାରେ
-ପବନ ବେଗ କମିବା ଆକଳନ ଥିବାରୁ ଭିତ୍ତିଭୂମି କ୍ଷତି ହେବା ଆଶଙ୍କା କମ
- ତେବେ ପ୍ରବଳ ବର୍ଷା ଯୋଗୁଁ ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ
-ଧାନ ଓ ପନପରିବା ଚାଷ ବିଶେଷଭାବେ କ୍ଷତିଗ୍ରସ୍ତ ହେବ
-କାଲି ସନ୍ଧ୍ୟା ବେଳକୁ ଓଡ଼ିଶାରୁ ବାତ୍ୟା ପ୍ରଭାବ ହଟିଯିବା ସମ୍ଭାବନା ରହିଛି
-ପବନର ବେଗ କମିଥିବାରୁ ସ୍ଥାନାନ୍ତରଣ କରାଯିବା ଦରକାର ହେବନି
- ମାତ୍ର ଦେଢ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି
- ମାତ୍ର ଦେଢ ଫୁଟ ବା ୨ ଫୁଟ ପର୍ଯ୍ୟନ୍ତ ସାମୁଦ୍ରିକ ଜୁଆର ଆସିପାରେ
-ଆଜି ଯାହା ଜୁଆର ରହିଛି, କାଲି ଅଧ ମିଟର ଉଚ୍ଚକୁ ବଢିବ
-ପ୍ରଭାବିତ ଜିଲ୍ଲାରେ ୩ଶହ ଗର୍ଭବତୀଙ୍କୁ ହସ୍ପିଟାଲ ନିଆଯାଇଛି
-ପବନ କମିଲେ ବି ବର୍ଷା ହେବ, ପବନରେ ଛୋଟ ଛୋଟ ଗଛ ଭାଙ୍ଗିପାରେ
- ବର୍ଷା, ପବନ ବେଳେ ବାହାରକୁ ନବାହାରିବାକୁ ପରାମର୍ଶ
ଅନ୍ୟପକ୍ଷରେ ବାତ୍ୟାର ପ୍ରଭାବ ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ବାତ୍ୟା ଦୁର୍ବଳ ହେଲେ ବି ବର୍ଷାର ପ୍ରକୋପ ବିଶେଷ କମିବନାହିଁ । ବର୍ତ୍ତମାନ ସୁଦ୍ଧା ପାରାଦୀପରେ ସର୍ବାଧିକ ୮୨ ମିିମି ବର୍ଷା ରେକର୍ଡ କରାଯାଇଛି । ପୁରୀ,ଗୋପାଳପୁରରେ ୪୫ ମିମି ବର୍ଷା ରେକର୍ଡ କରାଯାଇଛି । ଆଜି ଗଞ୍ଜାମ, ଜଗତସିଂହପୁର ଓ ପୁରୀରେ ଅଧିକ ବର୍ଷା ହେବ । ଆସନ୍ତାକାଲି ଉତ୍ତର ଉପକୂଳ ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକକ ରହିବ । ସେହିପରି ଟୁଇନ ସିଟିରେ ଆଜି ଓ କାଲି ମେଘୁଆ ପାଗ ରହିବ । ମଝିରେ ମଝିରେ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ସେହିପରି ବାତ୍ୟା ଜୱାଦ ଧୀରେ ଧୀରେ ଦୁର୍ବଳ ହେଉଥିବାବେଳେ ଆଜି ରାତିରେ ଗଭୀର ଅବପାତ ରୂପ ନେବାର ସମ୍ଭାବନା ରହିଛି । ଏନେଇ ଆଏମଡି ଡିଜି ମୃତୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ, ଆଜି ସକାଳୁ ଜୱାଦ ମୋଡ଼ ନେଇ ଉତ୍ତର ଦିଗକୁ ଗତି କରୁଛି । ପରେ ଉତ୍ତର ଉତ୍ତର-ପୂର୍ବ ଦିଗକୁ ଗତି ପରିବର୍ତ୍ତନ କରିବ । ଗତି ପରିବର୍ତ୍ତନ କରି ଓଡ଼ିଶା ଉପକୂଳ ମୁହାଁ ହେବ । ଗତି ପରିବର୍ତ୍ତନ ସହ କ୍ରମଶଃ ଦୁର୍ବଳ ହେବ ବାତ୍ୟା । କାଲି ମଧ୍ୟାହ୍ନରେ ଗଭୀର ଅବପାତ ହୋଇ ପୁରୀରେ ପହଞ୍ଚିବ । ସର୍ବାଧିକ ୭୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଥିବା ଆଏମଡି ଡିଜି ମୃତୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଜୱାଦ । ଆଗାମୀ ୧୨ ଘଣ୍ଟା ଯାଏଁ ଉତ୍ତର ଦିଗକୁ ଗତି କରିବ ବାତ୍ୟା ଜୱାଦ । ଆସନ୍ତାକାଲି ପୁରୀ ଛୁଇଁବା ବେଳକୁ ଜୱାଦ ଦୁର୍ବଳ ହୋଇଯିବ । ପୁରୀ ଉପକୂଳରେ ଛୁଇଁବା ବେଳକୁ ଗଭୀର ଅବପାତରେ ପରିଣତ ହେବ । ଗଭୀର ଅବପାତ ବେଳେ ପନବର ବେଗ ସର୍ବାଧିକ ୭୦ କିମି ରହିବ । ଫଳରେ ବାତ୍ୟାର ପ୍ରଭାବ ଯେମିତି ପଡ଼ିବା କଥା ସେମିତି ନପଡ଼ିପାରେ । ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ।
Powered by Froala Editor