ଦେଶରେ କରୋନାରେ ୨୭୬୦ ମୃତ
ନୂଆଦିଲ୍ଲୀ : କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଲଗାତର ୪ର୍ଥ ଦିନ ପାଇଁ ଦୈନିକ କରୋନା ସଂକ୍ରମଣ ୩ ଲକ୍ଷ ଟପିଯାଇଛି । ଗତ ୨୪ ଘଂଟା ମଧ୍ୟରେ ୩ ଲକ୍ଷ ୪୯ ହଜାର କରୋନା ଆକ୍ରାନ୍ତ ହୋଇଥିବାବେଳେ ୨୭୬୦ ଜଣଙ୍କର ମୃତୁ୍ୟ ହୋଇଛି । ଗତ ୩ ଦିନ ମଧ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ୧୦ ଲକ୍ଷ ଛୁଇଁଥିବାବେଳେ ୭୫୦୦ ଜଣଙ୍କର ମୃତୁ୍ୟ ଘଟିଛି ।
ସମ୍ପ୍ରତି ବିଶ୍ୱରେ ଭାରତ କରୋନାରେ ସର୍ବାଧିକ ପ୍ରଭାବିତ ହୋଇଛି । ଏହା ପଛକୁ ରହିଛି ଆମେରିକା । ଆମେରିକାରେ ଦୈନିକ ସଂକ୍ରମଣ ସଂଖ୍ୟା ୭୦ ହଜାର ମଧ୍ୟରେ ରହିଥିବାବେଳେ ଭାରତରେ ତାହା ୩ ଲକ୍ଷ ଟପିଯାଉଛି । ଭାରତ ଓ ଆମେରିକାକୁ ଛାଡ଼ିଦେଲେ ଅନ୍ୟ କୌଣସି ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୫୦ ହଜାର ଟପୁନାହିଁ । ଅପରପକ୍ଷରେ ଭାରତର ପଡେ଼ାଶୀ ରାଷ୍ଟ୍ରଗୁଡ଼ିକରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ପାକିସ୍ତାନରେ ଦୈନିକ ସଂକ୍ରମଣ ୬ ହଜାର ଥିବାବେଳେ ବାଂଲାଦେଶରେ ୩୬୦୦, ନେପାଳରେ ୨୫୦୦ ଓ ଶ୍ରୀଲଙ୍କାରେ ହଜାରେ ଭିତରେ ରହୁଛି ।
Powered by Froala Editor