ଗାଈକୁ ବାହାହେଲେ ୭୪ ବର୍ଷୀୟା ମହିଳା, କାରଣ ଜାଣିଲେ ହେବେ ଚକିତ
କାମ୍ବୋଡ଼ିଆର ଜଣେ ୭୪ ବର୍ଷୀୟ ମହିଳା ଗାଈକୁ ବିବାହ କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି । ଖିମ ହାଙ୍ଗ ନାମକ ଏହି ବୃଦ୍ଧା ଜଣଙ୍କ ଗାଈକୁ ବିବାହ କରିଛନ୍ତି ।
ଏନେଇ ଖିମ ହାଙ୍ଗ କହିଛନ୍ତିଯେ, ଗାଈଟି ସବୁବେଳେ ତାଙ୍କୁ ଗେଲ କରେ । ଏମିତିକି ତାଙ୍କ ପାଖକୁ ଆସିବା ପାଇଁ ଶିଡ଼ି ବି ଚଢ଼ିଯାଏ । ଗାଈର ଏଭଳି ବ୍ୟବହାର ତାଙ୍କ ପତିଙ୍କ କଥା ମନେ ପକାଇଦିଏ । ତାଙ୍କ ସ୍ୱାମୀ ଗାଈ ରୂପରେ ପୁନର୍ଜନ୍ମ ନେଇଛନ୍ତି ବୋଲି ଖିମହାଙ୍ଗ କହିଛନ୍ତି ।
ଖିମ ସବୁବେଳେ ଗାଈକୁ ନିଜ ପାଖେପାଖେ ରଖୁଥିବା ଦେଖିବାକୁ ମିଳୁଛି । ଗାଈ ପାଇଁ ସେ ତକିଆ ଓ ଚାଦର ବି ବିଛାଇ ଦିଅନ୍ତି । ଖାଲି ସେତିକିନୁହେଁ ଏହି ଗାଈ ହେଉଛି ସେମାନଙ୍କ ବାପା ବୋଲି ସେ ନିଜ ପିଲାମାନଙ୍କୁ କହିଛନ୍ତି । ସେ ମରିବା ପରେ ଗାଈର ସମସ୍ତେ ଯତ୍ନ ନେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ।
Powered by Froala Editor