ପ୍ରୋକଲିନ ପୋଡ଼ିଦେଲେ ନକ୍ସଲ
ମାଲକାନଗିରି ଛତିଶଗଡ ସିମାନ୍ତ ବସ୍ତର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ୧୫ରୁ ୨୦ ଜଣ ସଶସ୍ତ୍ର ନକ୍ସଲ ଛୋଟେ ଡଙ୍ଗର ଗାଁରେ ପହଞ୍ଚି ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ପ୍ରୋକଲିନକୁ ନିଆଁ ଲଗାଇ ପୋଡି ଦେଇଛନ୍ତି । ଘଟଣା ସ୍ଥଳରେ ମାଓବାଦୀ ମାନେ କିଛି ହାତ ଲେଖା ପୋଷ୍ଟର ବି ଛାଡି ଯାଇଛନ୍ତି । ଯେଉଁ ପୋଷ୍ଟରରେ ଉଲ୍ଲେଖ ରହିଛି ଯେ, ଅପରେସନ ପ୍ରହାରକୁ ବିରୋଧ କରି ପୂର୍ବ ବସ୍ତର ଡିଭିଜନର ମାଓ ସଂଗଠନ ଏହି ଘଟଣା ଘଟାଇଛନ୍ତି । ଏହା ସହିତ ଆସନ୍ତା ୨୬ ତାରିଖ ଭାରତ ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ । କିଛି ଦିନର ନିରବତ ପରେ ପୁଣି ମାଓହିଂସା ଯୋଗୁଁ ଲୋକଙ୍କ ମଧ୍ୟରେ ଭୟର ଆତଙ୍କ ଖେଳିଯାଇଛି । ପୁଲିସ ଏନେଇ ସତର୍କ ସୂଚନା ଜାରି କରିଛି । ଅଞ୍ଚଳରେ କଡା ଯାଞ୍ଚ କରାଯାଉଛି ।
Powered by Froala Editor