ଦୁନିଆର ସବୁଠୁ କୋଟିପତି ଗାଁ’ ବିଷୟରେ ଜାଣନ୍ତୁ

ଦୁନିଆର ସବୁଠୁ କୋଟିପତି ବ୍ୟକ୍ତିଙ୍କ ବିଷୟରେ ଆପଣ ଅନେକ ଥର ଶୁଣିଥିବେ । କିନ୍ତୁ କେବେ ଦୁନିଆର କୋଟିପତି ଗାଁ ବିଷୟରେ ଶୁଣି ନଥିବେ । ଏହି ଗାଁ’ଟି ଚୀନର ଜିୟାଙ୍ଗିନ ରଜ୍ୟରେ ଥିବା ହୁଆକ୍ସି ଗାଁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଗାଁର ପ୍ରତିଟି ଲୋକମାନଙ୍କ ଆକାଉ ରେ ୧କୋଟରୁି ଅଧିକ ଟଙ୍କା ରହିଛି । କେବଳ ସେତିକି ନୁହେଁ, ଏହି ଗାଁ’ ଗୁଡିକରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ମଧ୍ୟ ରହିଛି ଯାହା ସହରକୁ ମଧ୍ୟ ପଛରେ ପକାଇ ଦେବ । ଏଠାରେ ୭୨ମହଲା ଅକାଶ ଛୁଆଁ ବିଲ୍ଡିଂ, ହେଲିକପ୍ଟର ଟେକ୍ସିସ, ଥିମ ପାର୍କ ଓ ଲଗ୍ଜରୀ ଭିଲା ରହିଛି । ଏହି ଗାଁର ସୁବିଧାକୁ ଦେଖି ଏହାକୁ ‘ସୁପର ଭିଲେଜ’ର ନାମ ଦିଆଯାଇଛି । ଏହି ଗାଁରେ ପ୍ରାୟ ୨୦୦୦ ଲୋକ ବାସ କରନ୍ତି । ଏଠାରେ ରହୁଥିବା ଲୋକମାନେ ଖୁବ୍ ବିଳାସମୟ ଜୀବନ ବିତାଇଥାନ୍ତି ।
ଏଠାରେ ପ୍ରତ୍ୟେକ ପରିବାରକୁ ଅଥରିଟି ତରଫରୁ କାର ଓ ଭିଲା ଦିଆଯାଇଛି । ଏହି ଗାଁ’କୁ କମ୍ପାନୀର ଗଡ ବୋଲି ମଧ୍ୟ କୁହାଯାଏ । ଏଠାରେ ଷ୍ଟିଲ୍ ଓ ସିପିଂ ଭଳି ମୁଖ୍ୟ କମ୍ପନୀ ରହିଛି । ସୁନ୍ଦର ଆଲୋକରେ ଚକମକ୍ ହେଉଥିବା ଏହି ଗାଁ ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଥାଏ । ପୂର୍ବରୁ ଏହି ଗାଁ ବହୁତ ଗରୀବ ଥିଲା, ବ ର୍ମାନ ଏହି ଗାଁର ବିକାଶର ଶ୍ରେୟ ସେଠାକାର କମୁ୍ୟନିଷ୍ଟ ପାର୍ଟିର ସ୍ଥାନୀୟ ସଚିବଙ୍କୁ ଦିଆଯାଏ ।
Powered by Froala Editor