ଶୀତଦିନରେ କେମିତି ନେବେ ମେକଅପ?
ଭୁବନେଶ୍ୱର: ଶୀତଦିନରେ ସାଧାରଣତଃ ତ୍ୱଚା ପାଇଁ ଚିନ୍ତିତ ରୁହନ୍ତି ସମସ୍ତେ,ତ୍ୱଚାର ଶୁଷ୍କତା ଓ ରୁକ୍ଷ ଯୋଗୁଁ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯାଏ । ଏଦିନ ଗୁଡ଼ିକରେ
ମୁଖ୍ୟତଃ ମହିଳା ମାନଙ୍କୁ ମେକଅପର ଚିନ୍ତା ହୋଇଥାଏ । ଏଥିପାଇଁ ଏହିଦିନ ରେ ମେକଅପ କରିବାର ଥିଲେ ସଠିକ ପଦ୍ଧତିରେ ନେବା ଉଚିତ୍ । ନଚେତ ଏହାଦ୍ୱାରା, ତ୍ୱଚାର ସୁନ୍ଦରତା ନଷ୍ଟ ହେବା ସହିତ,ବିଭିନ୍ନ ସମସ୍ୟା ଦେଖା ଦେବାର ସମ୍ଭାବନା ରହିଥାଏ । ଏହି ଦିନରେ ମେକଅପ ନେବାର ସଠିକ୍ ଉପାୟ ବିଷୟରେ ଆସନ୍ତୁ ଜାଣିବା ।
ମେକଅପ ଲଗାଇବା ପୂର୍ବରୁ ପ୍ରଥମେ ତ୍ୱଚାରେ ପ୍ରାଇମର ଲଗାଇବା ଉଚିତ । ଏହାପରେ ତ୍ୱଚାରେ ମଶ୍ଚରାଇଜର ଲଗାଇ କିଛି ସମୟ ଛାଡ଼ିବେ । ତା ପରେ ତ୍ୱଚାରେ ମେକଅପ ଲଗାଇବେ । ନଚେତ ତ୍ୱଚାର ସୌନ୍ଦର୍ଯ୍ୟ ନଷ୍ଟ ହେବାର ସମ୍ଭାବନା ରହିଥାଏ ।
ବାହାରକୁ ଯିବା ପୂର୍ବରୁ ଖାସକରି ଏହି ଦିନରେ, ତ୍ୱଚାରେ ସନସ୍କିନ ଲୋସନ ଲଗାଇବା ନିହାତି ଜରୁରୀ ।
ଫାଉଣ୍ଡେସନ ଲଗାଇବା ସମୟରେ ସବୁବେଳେ,ସଫା ଏବଂ ନରମ ସ୍ପଞ୍ଜ ଦ୍ୱାରା, ଏହାକୁ ବ୍ଲେଣ୍ଡ କରିବା ଉଚିତ୍ ।
ଏହି ଦିନରେ ୱାଟରପ୍ରୁଫ୍ ମସ୍କାରା ଏବଂ ଆଇଲାଇନର ବ୍ୟବହାର କରିବା ଉଚିତ୍ ।
ଏହି ଦିନରେ ତ୍ୱଚାରେ ଅଧିକ ପାଉଡ଼ର ବ୍ୟବହାର କରିବା ଅନୁଚିତ । ନଚେତ ଏହା ତ୍ୱଚାକୁ ଅଧିକ ଡ଼୍ରାଏ କରିଥାଏ । ତ୍ୱଚା ଅଧିକ ଅଏଲ ହୋଇଥିଲେ,ସେହି ସ୍ଥାନରେ ଅଳ୍ପ ପାଉଡ଼ର ଲଗାଇବା ଉଚିତ୍ ।
ଶୀତଦିନରେ ପ୍ରତିଦିନ ଓଠରେ ଲିପବାମ ଲଗାଇବା ଜରୁରୀ । ଏବଂ ରାତିରେ ଶୋଇବା ସମୟରେ ଓଠରେ ନଡ଼ିଆ ତେଲ ଲଗାଇ ମସାଜ କରିବା ବେଶ ଲାଭଦାୟକ ହୋଇଥାଏ ।
ଶୀତଦିନରେ ଖାସକରି ତ୍ୱଚାକୁ ଯଥାସମ୍ଭବ କେମିକାଲ ଯୁକ୍ତ ପ୍ରଡ଼କ୍ଟ ଠାରୁ ଦୂରେଇ ରଖି, ଘରୋଇ ଉପଚାର ଆପଣେଇବା ଉଚିତ୍ ।
Powered by Froala Editor