ଆନ୍ନା ହଜାରେ ଅସୁସ୍ଥ
ପୁନେ: ବର୍ଷୀୟାନ ଗାନ୍ଧିବାଦ ତଥା ସମାଜସେବୀ ଆନ୍ନା ହଜାରେ (କିଷାନ ବାବୁରାଓ ହଜାରେ)ଅସୁସ୍ଥ ଅଛନ୍ତି । ତାଙ୍କୁ ପୁନେର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପୁନେର ରୁବି ହଲ କ୍ଲିନିକରେ ଭର୍ତ୍ତି କରାଯାଇଛି ।
୮୪ ବର୍ଷୀୟ ଆନ୍ନାଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ଏକ ଡାକ୍ତରୀ ଦଳ ତାଙ୍କ ଉପରେ ତୀକ୍ଷଣ ନଜର ରଖିଛନ୍ତି ବୋଲି ହସ୍ପିଟାଲର ଅଧ୍ୟକ୍ଷ ଅବଧୁତ ବୋଡାମୱାଡ ସୂଚନା ଦେଇଛନ୍ତି । ତେବେ ଡ଼ାକ୍ତରଙ୍କ ସୂଚନାକ୍ରମେ ଖୁବଶୀଘ୍ର ଆନ୍ନାଙ୍କର ଆଞ୍ଜିଓଗ୍ରାଫି ଟେଷ୍ଟ କରାଯିବ । ଆନ୍ନାଙ୍କ ଅସୁସ୍ଥତା ସମ୍ପର୍କରେ ଅଞ୍ଜଳି ଦାମନିଆ ଟୁଇଟ କରି ସୂଚନା ଦେଇଛନ୍ତି ।
ସରକାରରେ ସ୍ୱଚ୍ଛତା, ଦୁର୍ନୀତି ନିବାରଣ ଓ ଗ୍ରାମାଞ୍ଚଳର ବିକାଶ ଦିଗରେ ସେ ବହୁ ବର୍ଷ ହେଲା କାର୍ଯ୍ୟ କରି ଆସୁଛନ୍ତି । ସଂସଦରେ ଲୋକପାଳ ବିଲ ଆଣିବା ଦାବିରେ ସେ ଦିଲ୍ଲୀରେ ଆନେ୍ଦାଳନ କରିଥିଲେ । ତାଙ୍କର ଏହି ଆନେ୍ଦାଳନ ସମଗ୍ର ଦେଶରେ ବ୍ୟାପି ଯାଇଥିଲା ।
Powered by Froala Editor