ସାଂସଦ ଅପରାଜିତାଙ୍କୁ ଅଣ୍ଡାମାଡ, ଜାଣନ୍ତୁ କାହିଁକି

ଭୁବନେଶ୍ୱର:ଭୁବନେଶ୍ୱର ବାଲିପାଟଣା ଛକରେ ସାଂସଦ ଅପରାଜିତାଙ୍କୁ କଳାପତାକା ପ୍ରଦର୍ଶନ କରାଯିବା ସହ ତାଙ୍କ ଗାଡିକୁ ଅଣ୍ଡାମାଡ ହୋଇଛି । ପ୍ରଦେଶ ଛାତ୍ର କଂଗ୍ରେସର କର୍ମୀମାନେ ଅପରାଜିତାଙ୍କ ଗାଡକୁ ଅଣ୍ଡାମାଡ କରିଥିବା ଜଣାପଡିଛି । ବେକାରୀ ସମସ୍ୟା, ତୈଳ ଦର ବୃଦ୍ଧି ସହ ଅନ୍ୟାନ୍ୟ ସାମଗ୍ରୀର ଦର ବୃଦ୍ଧିକୁ ପ୍ରତିବାଦ କରି ଛାତ୍ରକଂଗ୍ରେସର କର୍ମୀମାନେ ଏଭଳି କରିଥିବା ଜଣାପହିଛି ।
ଏହା ସହିତ ଏଥର କୌଣସି ବିଜେପି ନେତାଙ୍କୁ ରାଜ୍ୟକୁ ପୁରେଇ ଦେବୁନି ବୋଲି ଛାତ୍ର କଂଗ୍ରେସର କର୍ମୀମାନେ କହିଛିନ୍ତି । ଏନେଇ ଏପର୍ଯ୍ୟନ୍ତ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁଁ ।
Powered by Froala Editor