ପୁରୀରେ ମହାଯଜ୍ଞ ସ୍ଥଳରେ ମୁଖ୍ୟମନ୍ତ୍ରୀ

ପୁରୀ: ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ପୁରୀରେ ପହଞ୍ଚି ପରିକ୍ରମା ମଡେଲର ଅନାବରଣ କରିବା ସହ ପ୍ରକଳ୍ପ ପାଇଁ ଜମି ଦେଇଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଗଜପତି ମହାରାଜ, ବାଚସ୍ପତି ଓ ଆଇନ ମନ୍ତ୍ରୀ ଉପସ୍ଥିତ ଅଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗଜପତି ଦିବ୍ୟ ସିଂହ ଦେବ ମହାଯଜ୍ଞ ସ୍ଥଳରେ ପହଞ୍ଚଛନ୍ତିି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପବିତ୍ର ଶିଳାରେ ହଳଦୀ, ଚନ୍ଦନ, ସିନ୍ଦୁର ଳଗାଇଛନ୍ତି । ଦିନ ୧୦ଟା ୩୦ରେ ଶିଳାସ୍ଥାପନ କରାଯିବ । ଏହାପରେ ପୁଷ୍ପାଞ୍ଜଳି ଦିଆଯାଇ ପୂର୍ଣ୍ଣାହୂତି ଦିଆଯିବ । ଏହାପରେ ଶ୍ରୀମନ୍ଦିର ଚାରିପଟେ ପରିକ୍ରମା କରି ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କୁ ଦର୍ଶନ କରିବେ । ମହାଯଜ୍ଞ ଓ ମୁଖ୍ୟମନ୍ତ୍ରୀଙ୍କ ପୁରୀଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି ।
Powered by Froala Editor