ଯାତ୍ରୀବାହୀ ଟ୍ରେନକୁ ଲାଇନଚ୍ୟୁତ କଲେ ମାଓବାଦୀ

ରାୟପୁର:କରୋନା ଭିତରେ ମାଓବାଦୀମାନେ ଗୋଟିଏ ପରେ ଗୋଟିଏ ବର୍ବରକାଣ୍ଡ ଭିଆଇ ଚାଲିଛନ୍ତି । ଛତିଶଗଡର ଦନ୍ତେୱାଡା ଜିଲାରେ ନକ୍ସଲମାନେ ଶୁକ୍ରବାର ରାତିରେ ଏକ ଯାତ୍ରୀବାହୀ ଟ୍ରେନକୁ ଲାଇନଚ୍ୟୁତ କରାଇଛନ୍ତି। ତେବେ ବିଶାଖାପାଟଣା-କିରଣ୍ଡଲ ଟ୍ରେନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ତେବେ ଏଥିରେ ଥିବା ୩୦ ଯାତ୍ରୀଙ୍କର କିଛି କ୍ଷତି ହୋଇନାହିଁ। ସୁରକ୍ଷା ବାହିନୀ ଜବାନମାନେ ଏହି ରେଳ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛନ୍ତି। ନକ୍ସଲମାନେ ଅପହରଣ କରିନେଇଥିବା ଜଣେ ପୁଲିସ ଏସଆଇଙ୍କୁ ହତ୍ୟା କରିବା ପରେ ଏଭଳି କାଣ୍ଡ ଘଟାଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ରେଳଧାରଣାରେ ଲୁହାପ୍ଲେଟ ରଖି ନକ୍ସଲମାନେ ଏକ ଯାତ୍ରୀବାହୀ ଟ୍ରେନକୁ ଲାଇନଚ୍ୟୁତ କରିଥିଲେ। ତେବେ ସେଥିରେ ଯାତ୍ରା କରୁଥିବା ୩୦ ଯାତ୍ରୀଙ୍କର କିଛି କ୍ଷତି ହୋଇନାହିଁ। ଭାନ୍ସି ଓ ବଚେଲି ମଧ୍ୟବର୍ତ୍ତୀ ସ୍ଥାନରେ ଏହି ଘଟଣା ଘଟିଥିଲା। ଏ ସମ୍ପର୍କରେ ଖବର ମିଳିବାପରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଯବାନମାନେ ସେଠାରେ ପହଞ୍ଚି ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। ଦନ୍ତେୱାଲା ଏସପି ଅଭିଷେକ ପଲ୍ଲବ କହିଛନ୍ତି ଯେ ଯାତ୍ରୀମାନଙ୍କୁ ନିରାପଦ ଭାବରେ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି।
Powered by Froala Editor