ଶରୀରରେ ଜଳୀୟ ଅଂଶ କମିଗଲେ ଦେଖାଯିବ ଏହି ୪ଟି ସଙ୍କେତ, ଆଜି ହିଁ ଜାଣନ୍ତୁ....

ବିଶେଷକରି ଗରମ ଦିନରେ ଶରୀରରେ ଅଧିକ ରୋଗ ଦେଖାଦେଇଥାଏ। କିନ୍ତୁ ସବୁଠୁ ବଡ଼ ସମସ୍ୟା ହେଲା ଶରୀରରେ ଯଦି ଜଳୀୟ ଅଂଶ କମିଯାଏ ତେବେ ରୋଗ ହୋଇଥାଏ। ଏହା ତ ସମସ୍ତେ ଜାଣଥିବେ ଯେ, ଜଳ ଆମ ଶରୀରର ଅଙ୍ଗକୁ ସୂଚାରୁ ରୂପରେ ଚଳାଇବା ପାଇଁ ସହାୟତା ହୋଇଥାଏ।
ତେବେ ଆମେ ଏହା କହିବାକୁ ଚାହୁଛୁ ଯେ, ଶରୀରରେ ଜଳୀୟ ଅଂଶ କମିଗଲେ ଖାଇବା ହଜମ ନ ହେବା ବ୍ୟତୀତ ଆହୁରି ଅନେକ ରୋଗ ହେବାର ଆଶଙ୍କା ରହିଛି। ଯେମିତିକି ବାନ୍ତି, ଅତ୍ୟଧିକ ପରିସ୍ରା, କିଡ଼ନୀ ରୋଗ, ପରିସ୍ରା ପୋଡ଼ିବା, ଅତ୍ୟଧିକ ଶୋଷ ଲାଗିବା, ଷ୍ଟୋନ ଭଳି ବିଭିନ୍ନ ସମସ୍ୟା ଦେଖାଯାଇଥାଏ।
ଏହା ବ୍ୟତୀତ ଏମିତି କିଛି ରୋଗ ଅଛି ଯେଉଁ କାରଣରୁ ଶରୀରରେ ପାଣିର ମାତ୍ରା କମ ହୋଇଯାଏ। ଯଥା- ମଧୁମେହ, ଡାଇବେଟିସ୍, ପରିସ୍ରା କମ୍, ତ୍ବଚାରେ ରୁଖାପଣ ଅଥବା ମୁହଁ ଶୁଖିଯିବା ଭଳି ଲକ୍ଷଣ ଦେଖା ଦେଲେ ଦେହରେ ପାଣିର ମାତ୍ରା କମିଯାଇଥାଏ।
ଶିଶୁମାନଙ୍କର ଅଧିକ ବାନ୍ତି ହେଲେ ସେମାନଙ୍କ ଦେହରୁ ଜଳୀୟ ଅଂଶ କମ ହୋଇଯାଇଥାଏ। ଯଦି ଏଭଳି ଲକ୍ଷଣ ଦେଖାଯାଏ ତେବେ ଡାକ୍ତରଙ୍କ ପାଖରୁ ରକ୍ତ, ନଖ, ତ୍ବଚା ପରୀକ୍ଷା କରନ୍ତୁ।
Powered by Froala Editor