ଆନ୍ଧ୍ରରେ ବର୍ଷା ନେଲା ୧୭ଜୀବନ
ଆନ୍ଧ୍ରପ୍ରଦେଶ: ବିର୍ଷା ବିପôାତରେ ହନ୍ତସନ୍ତ ଆନ୍ଧ୍ରବାସୀ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ରୟାଲସୀମା ଅନ୍ତର୍ଗତ ୪ଜିଲ୍ଲାରେ ବର୍ଷା ଓ ବନ୍ୟାରେ ଶୁକ୍ରବାର ୧୭ଜଣଙ୍କ ମୃତୁ୍ୟ ଘଟିବା ସହ ଶତାଧିକ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । ଚେୟେରୁ ନଦୀରେ ବନ୍ୟା ଆସି ଅନେକ ଗ୍ରାମ ଜଳାର୍ଣ୍ଣବ ହୋଇଥିବାବେଳେ ନନ୍ଦାଲୁରଠାରେ ଥିବା ସ୍ୱାମି ଆନନ୍ଦ ମନ୍ଦିର ପାଣିରେ ବୁଡିଯାଇଛି ।
କଡପା ଜିଲ୍ଲାର ରାଜମପେଟ ଓ ଅନ୍ୟ ଅଞ୍ଚଳ ବନ୍ୟାପ୍ଲାବିତ ହୋଇଛି । ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ, ଏନଡିଆରଏଫ ଓ ଏସ୍ଡିଆରଏଫ ଟିମକୁ ନିୟୋଜିତ କରାଯାଇଛି । ଗଣ୍ଡଲୁରୁ ଅଞ୍ଚଳରୁ ୭ ମୃତଦେହ ମିଳିଥିବାବେଳେ ରାୟାଭରମରୁ ୩ ଓ ମଣ୍ଡପାଲ୍ଲି, ଆକେପାଡୁ, ନନ୍ଦାଲୁରୁ ଅଞ୍ଚଳରୁ ୩୦ଜଣ ବନ୍ୟାରେ ଭାସିଯାଇଛନ୍ତି ।
ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ଓ ରେଳଲାଇନ ପାଣିରେ ବୁଡିଯାଇଛି । କଡପା ବିମାନ ବନ୍ଦରକୁ ୨୫ତାରିଖ ଯାଏ ବନ୍ଦ କରାଯାଇଥିବାବେଳେ ନନ୍ଦାଲୁର-ରାଜାପେଟ୍ ମଧ୍ୟରେ ଚଳାଚଳା କରୁଥିବା ୧୦ଟି ଟ୍ରେନର ରୁଟ୍ ପରିବର୍ତ୍ତନ କରାଯାଇଛି ।
Powered by Froala Editor