ସମୟ ଗଡ଼ିଗଲେ ଖାଆନ୍ତୁ ନାହିଁ ଫ୍ରିଜ୍ରେ ଥିବା ଖାଦ୍ୟ

ଅନେକ ସମୟରେ ଖାଦ୍ୟ ରୋଷେଇ କରି ଆମେ ଫ୍ରିଜ୍ରେ ରଖିଦେଉ। ଆଉ ପରେ ଏହାକୁ ଖାଉ। ଯାହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଫ୍ରିଜ୍ରେ ଆମେ ପନିପରିବା କିମ୍ବା କିଛି ନିର୍ଦ୍ଦଷ୍ଟ ପ୍ରକାରର ଫଳ ଷ୍ଟୋର୍ କରି ରଖିବା ବଦଳରେ ଏହାକୁ ଆମେ ରନ୍ଧା ଖାଦ୍ୟ ଷ୍ଟୋର୍ ମେସିନ୍ ଭାବରେ ବ୍ୟବହାର କଲେଣି। କିନ୍ତୁ ଆପଣ ଜାଣିଛନ୍ତି କି ଅଧିକ ସମୟ ପର୍ୟ୍ୟନ୍ତ ଫ୍ରିଜରେ ରନ୍ଧା ଖାଦ୍ୟ ଷ୍ଟୋର୍ କରି ରଖିଲେ ଓ ପରେ ତାକୁ ଖାଇଲେ ଏହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଫ୍ରିଜ୍ରେ କେତେ ସମୟ ପର୍ୟ୍ୟନ୍ତ ଖାଦ୍ୟ ରଖିଲେ ତାହା ବ୍ୟବହାର ଉପଯୋଗୀ ହୋଇଥାଏ ଆସନ୍ତୁ ତାହା ଜାଣିବା।
ଭାତ- ଫ୍ରିଜ୍ରେ ରଖିଥିବା ଭାତକୁ ଦୁଇଦିନ ଭିତରେ ଖାଇନେବା ଉଚିତ୍। ଏଥିପାଇଁ ପ୍ରଥମେ ଚାଳଉକୁ ଫ୍ରିଜରୁ କାଢ଼ି ବାହାରେ କିଛି ସମୟରେ ରଖିଦିଅନ୍ତୁ। ଏହାପରେ ତାକୁ ଭଲ ଭାବରେ ଗରମ କରି ଖାଆନ୍ତୁ।
ରୋଟି- ରୋଟିକୁ ଫ୍ରିଜ୍କୁ ନରଖିଲେ ଭଲ। ଆଉ ଯଦି ବି ରୋଟି ଫ୍ରିଜରରେ ରଖୁଛନ୍ତି ତେବେ ୭ରୁ ୮ ଘଣ୍ଟା ମଧ୍ୟରେ ଏହାକୁ ଖାଇଦେବା ଦରକାର। ନହେଲେ ରୋଟିରୁ ପ୍ରୋଟିନ୍ ନଷ୍ଟ ହୋଇଯାଇଥାଏ। ପରେ ଏହାକୁ ଖାଇଲେ ପେଟ ବଥା ଭଳି ସମସ୍ୟା ହୋଇଥାଏ।
ଡାଲି- ଯଦି ଆପଣ ବଞ୍ଚିଥିବା ଡାଲିକୁ ଫ୍ରିଜ୍ରେ ରଖିଛନ୍ତି ତେବେ ଏହାକୁ ଦିନକ ଭିତରେ ଖାଇନେବା ଉଚିତ୍ ନହେଲେ ପେଟରେ ଗ୍ୟାସ ସମସ୍ୟା ସୃଷ୍ଟି ହୋଇଥାଏ।
କଟାଯାଇଥିବା ଫଳ- ଅନେକ ସମୟରେ ଫଳକୁ କାଟି ପରେ ଖାଇବା ପାଇଁ ଫ୍ରିଜରରେ ରଖାଯାଏ। ତେବେ ପ୍ରତ୍ୟେକ ଫଳ ଖାଇବାର ବି ଗୋଟିଏ ନିର୍ଦ୍ଦିଷ୍ଟ ସମୟ ହୋଇଥାଏ। ସମୟ ଗଡ଼ିଲେ ଫଳର ଗୁଣଗୁଡ଼ିକ ନଷ୍ଟ ହୋଇଯାଇଥାଏ। ତେବେ କେଉଁ ଫଳ କେତେ ସମୟ ପର୍ୟ୍ୟନ୍ତ ଫ୍ରିଜ୍ରେ ରଖିପାରିବେ ଜାଣନ୍ତୁ।
ଅମୃତଭଣ୍ଡା- କଟା ଅମୃତଭଣ୍ଡାକୁ ଫ୍ରିଜରରେ ରଖିଥିଲେ ୬ ଘଣ୍ଟା ମଧ୍ୟରେ ଏହାକୁ ଖାଇ ନିଅନ୍ତୁ। କାରଣ ଛୁରୀ ଲାଗିବାର ୮ ଘଣ୍ଟା ଭିତରେ ଭଣ୍ଡା ଖରାପ ହେବା ଆରମ୍ଭ ହୋଇଯାଇଥାଏ। ଅଧିକ ସମୟ ରଖି ଖାଇଲେ ଏହା ଶରୀର ପାଇଁ ହାନିକାରକ ହୋଇଥାଏ। ଏହା ଏକପ୍ରକାର ସ୍ଲୋ ପୋଏଜନ ଭଳି କାମ କରିଥାଏ।
ସେଓ ଓ ଅନ୍ୟାନ୍ୟ ଫଳ- ଯେ କୌଣସି ଫଳ କାଟିବା ପରେ ଫ୍ରିଜ୍ରେ ରଖିଲେ ତାକୁ ୪ ଘଣ୍ଟା ମଧ୍ୟରେ ଖାଇନେବା ଉଚିତ୍। ଫଳ ଓ ପନିପରିବା ରଖିବାରୁ ଏକ ନିର୍ଦ୍ଦିଷ୍ଟ ସମୟ ଅଛି। ସେହି ସମୟର ମଧ୍ୟ ଫ୍ରିଜ୍ରେ ଥିବା ଫଳ ଖାଇଲେ ଶରୀରକୁ ଫଳର ସମସ୍ତ ଫାଇଦା ମିଳିଥାଏ।
ଫ୍ରିଜ୍ରେ ଥିବା ଫଳ ଓ ପନିପରିବାର କେତେ ଦିନ ପର୍ୟ୍ୟନ୍ତ ରଖିହେବ ଜାଣନ୍ତୁ।
ସେଓ- ୪-୬ ସପ୍ତାହ, ଚେରୀ କୋଳି- ୭ ଦିନ, ବ୍ଲୁବେରୀ, ରାସ୍ପବେରୀ ବା ଶେହତୁତୁ, ଷ୍ଟ୍ରବେରୀ, ବ୍ଲାକବେରୀ ଆଦି ଫଳକୁ ୩-୬ ସପ୍ତାହ, ଖଟା ଫଳଖୁ ୧-୩ ସପ୍ତାହ, ଅଙ୍ଗୁର-୭ ଦିନ, ତରଭୁଜ-ଖରଭୁଜ ଦୁଇ ସପ୍ତାହ, ସପୁରୀ-୫-୭ ଦିନ, ବିନ୍ସ-୩-୫ ଦିନ, ମକା-୧-୨ ଦିନ, କାକୁଡ଼ି ୪-୬ ଦିନ, ବାଇଗଣ ୪-୭ ଦିନ, ଛତୁ ୩-୭ ଦିନ ସମୟ ଅବଧି ମଧ୍ୟରେ ବ୍ୟବହାର କରିନେବା ଉଚିତ୍
Powered by Froala Editor