ଶୀତଦିନେ ଏପରି କରନ୍ତୁ , ଚମକିବ ତ୍ୱଚା

ଭୁବନେଶ୍ୱର: ଖାସକରି ଶୀତ ଦିନରେ ଚର୍ମ ଉପରେ ଅଧିକ କୁ-ପ୍ରଭାବ ପଡିଥାଏ । ଯାହା ଫଳରେ ଅନେକ ତ୍ବଚା ଜନିତ ସମସ୍ୟା ଦେଖା ଦେଇଥାଏ । ତେବେ ଶୀତ ଦିନରେ ତ୍ବଚା ଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ , ଆସନ୍ତୁ ଜାଣିବା କିଛି ସରଳ ଉପଚାର ସମ୍ପର୍କରେ ।
-ଶୀତ ଦିନରେ ପ୍ରତିଦିନ ନୁହେଁ, କିନ୍ତୁ ମଝିରେ ମଝିରେ ତ୍ବଚାରେ ହଳଦୀ ଲଗାଇ ଗାଧୋଇବା ଉଚିତ୍ । ଏହା ତ୍ବଚା କୁଣ୍ଡେଇ ହେବା, ଚୋପା ଛାଡିବା ଆଦି ସମସ୍ୟା ଦୂର ହୋଇଥାଏ । ଏହା ସହିତ ବ୍ରଣ ଏବଂ ତ୍ବଚା ଜଳାପୋଡା ସମସ୍ୟାରୁ ମଧ୍ୟ ଏହା ରକ୍ଷା କରିଥାଏ ।
-ଶୀତ ଦିନରେ ତ୍ବଚା ଫାଟି ଜଳାପୋଡା ହେଉଥିଲେ, ଆଲୋଭେରା ଜେଲ ଲଗାଇକା ଦ୍ବାରା ଆରାମ୍ ଲାଗିଥାଏ ।
-ଏହି ଦିନରେ ତ୍ବଚାରେ ମହୁ ଲଗାଇବା ଫଳରେ ତ୍ବଚାରେ କୁଞ୍ଚନ ପଡିବା ସମସ୍ୟା ମଧ୍ୟ କମ୍ ହୋଇଥାଏ ।
-ଶୀତ ଦିନରେ ଓଠରେ ନଡିଆ ତେଲ ଲଗାଇ ମସାଜ କରିବା ଦ୍ବାରା,ଓଠ କମୋଳ ହେବା ସହିତ,ଗୋଲାପି ହୋଇଥାଏ ।
-ଶୀତ ଦିନରେ ତ୍ବଚାକୁ କୋମଳ ରଖିବା ପାଇଁ ମହୁ ବହୁତ୍ ଉପକାରୀ । ଖାସକରି ଶୁଷ୍କ ତ୍ବଚା ପାଇଁ ଏହା ବେଶ ଲାଭଦାୟକ । ତେଣୁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ, ତ୍ବଚାରେ ମହୁ ଲଗାଇ କିଛି ସମୟ ମସାଜ କରିବେ । ତାପରେ ତ୍ବଚାକୁ ଧୋଇ, ସଫା ସୂତା କପଡାରେ ପୋଛିବେ ।
Powered by Froala Editor