ଏହି ଖାଦ୍ୟ ଦେବ ଥାଇରଏଡରୁ ମୁକ୍ତି
ଭୁବନେଶ୍ୱର: ବିଶ୍ୱରେ ବହୁତ ଲୋକ ଅଛନ୍ତି ଯେଉଁମାନେ କି ଥାଇରଏଡ୍କୁ ନେଇ ଚିନ୍ତାରେ ଥାନ୍ତି। ଆଜିକା ସମୟରେ ୧୦ଜଣରୁ ୪ଜଣ ଥାଇରଏଡ୍ ସମସ୍ୟାରେ ପୀଡ଼ିତ । ଥାଇରଏଡ୍ ପ୍ରଜାପତି ଆକାରର ଏକ ଗ୍ରନ୍ଥି ହୋଇଥାଏ । ଏହା ବେକ ଭିତରେ ଓ କଲରବୋନ୍ର ଠିକ୍ ଉପରେ ଥାଏ । ଥାଇରଏଡ୍ ଏକ ପ୍ରକାରର ଏଣ୍ଡୋକ୍ରାଇନ୍ ଗ୍ରନ୍ଥି , ଯାହା ହର୍ମୋନ୍ ତିଆରି କରିଥାଏ । ଏହି ସମସ୍ୟା ମହିଳାମାନଙ୍କ କ୍ଷେତ୍ରରେ ବେଶୀ ଦେଖାଯାଏ ।ଥାଇରଏଡ୍ ଦୁଇ ପ୍ରକାରର ହୋଇଥାଏ - ହାଇପର ଥାଇରଏଡିଜିମ୍ ଓ ହାଇପୋଥାଇରାଇଡ୍ ।
ଥାଇରଏଡ୍ର ଲକ୍ଷଣ - ନର୍ଭସନେସ୍ , ଚିଡ଼ିଚିଡ଼ିପଣ , ଅଧିକ ଝାଳ ବୋହିବା , ହାତ ଥରିବା, ବାଳ ପତଳା ହେବା ଓ ଝଡ଼ିବା , ଅନିଦ୍ରା, ମାଂସପେଶୀରେ ଯନ୍ତ୍ରଣା ହେବା, ବହୁତ ଭୋକ ଲାଗିବା ପରେ ବି ଓଜନ ହ୍ରାସ ହେବା, ମହିଳାଙ୍କର ମାସିକ ଧର୍ମରେ ଅନିୟମିତତା
ଥାଇରଏଡ୍ରେ ପୀଡ଼ିତ ଥିଲେ ଏହି ସବୁ ଜିନିଷର ସେବନ କରନ୍ତୁ ।
-ଆୟୋଡିନ୍: ଥାଇରଏଡ୍ର ରୋଗୀଙ୍କୁ ଆୟୋଡ଼ିନ୍ ଯୁକ୍ତ ଭାଜନ କରିବା ଉଚିତ୍ । ଆୟୋଡିନ୍ ଥାଇରଏଡ୍ ଗ୍ରନ୍ଥିର ଦୁଷ୍ପପ୍ରଭାବକୁ ହ୍ରାସ୍ କରିଥାଏ ।
-ମାଛ:ଏଥିରେ ଅଧିକ ମାତ୍ରାରେ ଆୟୋଡିନ୍ ମିଳିଥାଏ । ହେଲେ ସମୁଦ୍ର ମାଛରେ ଅଧିକ ମାତ୍ରାରେ ଆୟୋଡ଼ିନ ଥାଏ ।
-ଯଷ୍ଟିମଧୁ: ଏଥିରେ ପୋଷକ ଏମିତି ପୋଷକ ତତ୍ତ୍ୱ ମିଳିଥାଏ , ଯାହା ଥାଇରଏଡ୍ ଗ୍ରନ୍ଥିକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ ଏବଂ କ୍ଲାନ୍ତ ଦୂର କରିଥାଏ ।
-ସୋୟା : ସୋୟା ମିଲ୍କ , ଟୋଫୁ ବା ସୋୟାବିନ୍ରେ ଏମିତି ରସାୟନ ଥାଏ , ଯାହା ହର୍ମୋନକୁ ସୁଚାରୁ ରୂପେ କାମ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଏହା ସହ ଆପଣଙ୍କୁ ଆୟୋଡିନର ମାତ୍ରା ମଧ୍ୟ ନିୟନ୍ତ୍ରିତ ରଖିବାକୁ ହେବ ।
-ଡାଏରୀ ପ୍ରଡକ୍ଟ: ଦୁଗ୍ଧ ଓ ଦହିରେ ପର୍ୟ୍ୟାପ୍ତ ପରିମାଣରେ ଭିଟାମିନ୍ , ମିନେରାଲ , କ୍ୟାଲସିୟମ ଓ ଅନ୍ୟ ପୋଷକ ତତ୍ତ୍ୱ ମିଳିଥାଏ । ଦହି ଖାଇଲେ ଶରୀରରୁ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ ।
Powered by Froala Editor