ପୁଣି ଗୃହବନ୍ଦୀ ହେଲେ ମେହବୁବା ମୁଫ୍ତି
ପିପୁଲ୍ସ ଡେମୋକ୍ରାଟ୍ ପାର୍ଟି (ପିଡିପି) ସଭାପତି ମେହବୁବା ମୁଫତିଙ୍କୁ ବୁଧବାର ପୁଣି ତାଙ୍କ ଶ୍ରୀନଗରସ୍ଥିତ ବାସଭବନରେ ଗୃହବନ୍ଦୀ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଗୃହବନ୍ଦୀ ରଖାଯିବ। ଜମ୍ମୁ କଶ୍ମୀରରେ ସୁରକ୍ଷାବାହିନୀ ପକ୍ଷରୁ ସାଧାରଣ ଲୋକଙ୍କୁ ହତ୍ୟା କରାଯାଉଥିବା ଅଭିଯୋଗ ଆଣିବା ପରେ ତାଙ୍କୁ ଗୃହବନ୍ଦୀ ରଖାଯାଇଛି।
ଶ୍ରୀନଗର ସହରର ପ୍ରେସ୍ କଲୋନିରେ ଆୟୋଜିତ ପ୍ରତିବାଦରେ ସେ ଯୋଗ ଦେବାକୁ ଯାଉଥିଲେ। ହାଇଦରପଡ଼ା ଏନ୍କାଉଣ୍ଟର୍ରେ ସାଧାରଣ ନାଗରିକମାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ ଗତକାଲି ସେ ଜମ୍ମୁରେ ପ୍ରତିବାଦ କରିଥିଲେ। ପ୍ରତିବାଦ ସମୟରେ ସେ ସାମ୍ବାଦିକମାନଙ୍କୁ କହିଥିଲେ, ଆତଙ୍କବାଦୀଙ୍କ ନାଁରେ ଏ ସରକାର ସାଧାରଣ ନାଗରିକମାନଙ୍କୁ ହତ୍ୟା କରୁଥିବାରୁ ମୁଁ ପ୍ରତିବାଦ କରୁଛି। ଆତଙ୍କବାଦୀମାନଙ୍କୁ ହତ୍ୟା କରାଯାଉଛି କି, ନାହିଁ କେହି ଜାଣନ୍ତି ନାହିଁ। ନିକଟରେ ୩ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଛି। ପରିବାର ଲୋକେ ଦାବି କରିଥିଲେ ମଧ୍ୟ ସରକାର ସେମାନଙ୍କୁ ଶବ ଦେବାକୁ ଅଗ୍ରାହ୍ୟ କରୁଛନ୍ତି।
ତେବେ ତାଙ୍କୁ ଲାଲଚୌକ ପ୍ରଦର୍ଶନରେ ଭାଗନେବାକୁ ଅନୁମତି ଦିଆଯାଇନି ବୋଲି ପିଡିପି ଅଭିଯୋଗ କରିଛି। ହୈଦରପୋରା ସଂଘର୍ଷରେ ପ୍ରାଣ ହରାଇଥିବା ଅଲତାଫ ଓ ମୁଦାସିରଙ୍କ ପରିବାର ଲୋକେ ଲାଲଚୌକରେ କ୍ୟାଣ୍ଡଲ ଶୋଭାଯାତ୍ରାର ଆୟୋଜନ କରିଥିଲେ। ଏଥିରେ ମହବୁବା ଯୋଗ ଦେବାର ଥିଲା, ହେଲେ ସେ କାର୍ଯ୍ୟକ୍ରମକୁ ଆସି ନାହାନ୍ତି। ଏଣୁ ତାଙ୍କୁ ପୋଲିସ ଘରେ ନଜରବନ୍ଦୀ କରିଥିବା ତାଙ୍କ ପାର୍ଟି ଅଭିଯୋଗ କରିଛି।
Powered by Froala Editor