ମୋଷ୍ଟ ୱାଣ୍ଟେଡ ନକ୍ସଲ ପ୍ରଶାନ୍ତ ବୋଷ ଗିରଫ, ମୁଣ୍ଡରେ ଥିଲା ୧ କୋଟି ପୁରସ୍କାର

ମୋଷ୍ଟ ୱାଣ୍ଟେଡ ନକ୍ସଲ ପ୍ରଶାନ୍ତ ବୋଷ ଏବେ ପୁଲିସ ହାତରେ ଧରାପଡିଛି । ପ୍ରଶାନ୍ତ ସହ ସ୍ତ୍ରୀ ଶିଲା ମାରାଣ୍ଡି ଓ ଆଉ ୬ ଜଣ ମାଓବାଦୀଙ୍କୁ ପୁଲିସ ଗିରଫ କରି ଜେଲ୍ ପଠାଇଛି । ପ୍ରଶାନ୍ତ ବୋଷ ଗିରଫଦାରୀକୁ ବିରୋଧ କରି ମାଓବାଦୀମାନେ ୨୦ ନଭେମ୍ୱରକୁ ଭାରତ ବନ୍ଦର ଆହ୍ୱାନ ଦେଇଛନ୍ତି । ଏହା ପୂର୍ବରୁ ୧୫ରୁ ୧୯ ନଭେମ୍ୱର ଯାଏଁ ମାଓବାଦୀମାନେ ପାଞ୍ଚ ଦିନ ଦରି ପ୍ରତିରୋଧ ଦିବସ ପାଳନ କରିବେ ।
ଝାଡ଼ଖଣ୍ଡ ଡିଜିପି ନୀରଜ ସିହ୍ନା କହିଛନ୍ତି, “ବୋଷଙ୍କ ଗିରଫ କେବଳ ଝାଡ଼ଖଣ୍ଡ ପାଇଁ ନୁହେଁ, ବରଂ ନକ୍ସଲ ପ୍ରଭାବିତ ସମସ୍ତ ରାଜ୍ୟ ପାଇଁ ବଡ଼ ସଫଳତା । ବିହାର, ଝାଡ଼ଖଣ୍ଡ ସମେତ ଅନେକ ରାଜ୍ୟରେ ବୋଷ ବିରୋଧରେ ମାମଲା ରୁଜୁ ହୋଇଛି। କେବଳ ଝାଡ଼ଖଣ୍ଡରେ ପ୍ରଶାନ୍ତ ବୋଷଙ୍କ ବିରୋଧରେ 50 ଟି ମାମଲା ରହିଛି । ତାଙ୍କ ନିକଟରୁ ଏକ SSD କାର୍ଡ ଏବଂ ପେନ୍ ଡ୍ରାଇଭ୍ ପୁନରୁଦ୍ଧାର ହୋଇଛି ।
ପୁଲିସ ସୂଚନା ଅନୁଯାୟୀ, ପ୍ରଶାନ୍ତ ମୁଣ୍ଡ ଉପରେ ୧ କୋଟି ଟଙ୍କାର ପୁରସ୍କାର ଥିଲା । ସେ ଭୀମା କୋରେଗାଓଁ ହିଂସା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିଲେ। କେବଳ ଏତିକି ନୁହେଁ, ସେ ପୂର୍ବ ସିଂହବମରେ ସାଂସଦ ସୁନୀଲ ମହତୋଙ୍କ ହତ୍ୟା, 2004ରେ ଗିରିଡ଼ିହିରେ ହୋମ ଡିଫେନ୍ସ କର୍ପସ ଅସ୍ତ୍ରଶସ୍ତ୍ର ଲୁଟିବା ଏବଂ ପୂର୍ବତନ ମନ୍ତ୍ରୀ ରମେଶ ସିଂ ମୁଣ୍ଡାଙ୍କ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ । ଏହା ବ୍ୟତୀତ ସାରନ୍ଦାରେ ୧୬ ଜଣ ପୋଲିସ୍ ହତ୍ୟା, ବିହାରରେ ଜେହାନାବାଦ ଜେଲ୍ ଭାଙ୍ଗିବା , ମହାରାଷ୍ଟ୍ରର ଭୀମା କୋରେଗାଓଁ ହିଂସା ଏବଂ ଛତିଶଗଡର ଦାନ୍ତେଓ୍ୱାଡା ଠାରେ ଡଜେନରୁ ଅଧିକ ସୈନିକଙ୍କ ଶହୀଦ ହେବା ପଛରେ ପ୍ରଶାନ୍ତର ହାତ ଥିଲା ।
Powered by Froala Editor