ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ସଂରକ୍ଷିତ ସିଟ୍ କେତେ ଜାଣନ୍ତୁ

ଭୁବନେଶ୍ୱର: ପାଖେଇ ଅସୁଛି ପଞ୍ଚାୟତ ନିର୍ବାଚନ । ଏଥିପାଇଁ ଜୋରଦାର ପ୍ରସ୍ତୁତି ପ୍ରକ୍ରିୟା ଚାଲିଛି । ଗତକାଲି ରାଜ୍ୟ ନିର୍ବାଚନ କମିଶନ ପାର୍ଥୀଙ୍କ ଖର୍ଚ୍ଚ ଓ ନିର୍ବାଚନ ପାଇଁ ବ୍ୟବହୃତ ହେଉଥିବା ଯାନବାହନ ପାଇଁ ନିଦେ୍ର୍ଧଶନାମା ଜାରି କରିଥିଲେ ।
ତେବେ ଅସନ୍ତା ନିର୍ବାଚନରେ ୬ ହଜାର ୭୯୪ ପଂଚାୟତରେ ପଂଚାୟତ ନିର୍ବାଚନ ହେବ । ଏଥର ୭ଟି ଗ୍ରାମ ପଂଚାୟତକୁ ଏନ୍ଏସିରେ ମିଶାଇ ଦିଆଯାଇଛି । ବାଲେଶ୍ୱର ରେମୁଣାର ୪ଟି ଗ୍ରାମ ପଂଚାୟତ, ନୟାଗଡ ଓଡଗାଁର ୨ଟି ଗ୍ରାମ ପଂଚାୟତ ଏବଂ ବରଗଡ ବିଜେପୁରର ଗୋଟିଏ ଗ୍ରାମ ପଂଚାୟତ ଏନ୍ଏସିରେ ସାମିଲ କରାଯାଇଛି । ସେହି ପଂଚାୟତ ଗୁଡିକରେ ନିର୍ବାଚନ ହେବ ନାହିଁ । ସେହିପରି ୧୧୧ଟି ୱାର୍ଡରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ହେବ ନାହିଁ ।
ମୋଟ୍ ୯୧ ହଜାର ୯୧୬ ୱାର୍ଡରେ ତ୍ରିସ୍ତରୀୟ ନିର୍ବାଚନ ହେବ । ଗତ ୨୦୨୭ରେ ୯୨ ହଜାର ୨୭ଟି ୱାର୍ଡରେ ନିର୍ବାଚନ ହୋଇଥିଲା । ଆସନ୍ତା ନିର୍ବାଚନରେ ୯୧ ହଜାର ୯୧୬ ୱାର୍ଡ ମଧ୍ୟରୁ ୪୯ ହଜାର ୪୬୯ ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ପଛୁଆ ବର୍ଗଙ୍କ ପାଇଁ ୧୨ ହଜାର ୩୧ଟି ୱାର୍ଡ ସଂରକ୍ଷିତ ରହିଛି । ଏହା ସହିତ ସରପଂଚ ପାଇଁ ୬ ହଜାର ୭୯୪ ପଂଚାୟତ ମଧ୍ୟରୁ ୩୫ ଶହ ସିଟ୍ ମହିଳା ମାନଙ୍କ ପାଇଁ ସଂରକ୍ଷିତ ରହିଛି । ଓବିସି ମାନଙ୍କ ପାଇଁ ୭୭୮ ସିଟ୍ ସଂରକ୍ଷିତ ରଖାଯାଇଛି । ସେହିପରି ୬ ହଜାର ୭୯୩ ସମିତି ସଭ୍ୟ ମଧ୍ୟରୁ ୩ ହଜାର ୫୩୮ଟି ସିଟ୍ ମହିଳା ମାନଙ୍କ ପାଇଁ ସଂରକ୍ଷିତ ରହିଛି ଓ ଓବିସି ମାନଙ୍କ ପାଇଁ ୯୧୩ଟି ସିଟ୍ ସଂରକ୍ଷିତ ରଖାଯାଇଛି ।
Powered by Froala Editor