ଆପଣ ବି ଦାନ୍ତ ସଫା କରିବା ପୂର୍ବରୁ ଟୁଥ୍ ବ୍ରଶକୁ ଓଦା କରୁଛନ୍ତି କି ?

ବ୍ରଶ୍ କରିବା ଆମ ଦୈନନ୍ଦିନ ଜୀବନର ଏକ ମୁଖ୍ୟ ତଥା ଗୁରୁତ୍ୱପୂର୍ଣ୍ଣ କାମ । ଗବେଷକଙ୍କ କହିବାନୁସାରେ ଏହି କାମରେ ହେଳା ହେଲେ ଟୁଥ୍ ବ୍ରଶରୁ ଡାଇରିଆ ତଥା ସ୍କିନ୍ ଇନଫେକ୍ସନ ହୋଇପାରେ । ତେଣୁ ଦାନ୍ତକୁ ସୁସ୍ଥ ତଥା ସୁନ୍ଦର ରଖିବା ପାଇଁ ଟୁଥବ୍ରଶକୁ ସଫା ରଖିବା ଜରୁରୀ ।
ଅଧିକାଂଶ ଲୋକେ ଦାନ୍ତ ସଫା କରିବା ପୂର୍ବରୁ ଟୁଥବ୍ରଶକୁ ପାଣିରେ ଓଦା କରିଦିଅନ୍ତି । ଏମିତି କରିବା ଦ୍ୱାରା ଟୁଥ୍ ବ୍ରଶର ଦାନ୍ତ ସଫା କରିବା କ୍ଷମତା କମିଯାଏ । ଡାକ୍ତରଙ୍କ କହିବାନୁସାରେ ଏମିତି କରିବା ଦ୍ୱାରା ବ୍ରଶ ମଧ୍ୟ ଖରାପ ହୋଇଯାଏ ଏବଂ ଦାନ୍ତ ମଧ୍ୟ ଠିକ୍ ଭାବେ ସଫା ହୋଇପାରେନି ।
ଓଦା ଟୁଥବ୍ରଶରେ ଟୁଥପେଷ୍ଟ ଲଗାଇଲେ ପେଷ୍ଟର କ୍ଷମତା ମଧ୍ୟ କମିଯାଏ ଏବଂ ଏହା ଯଥେଷ୍ଟ ପ୍ରଭାବ ପକାଇପାରେନି । ତେଣୁ ଦାନ୍ତ ସଫା କରିବା ପୂର୍ବରୁ ଟୁଥବ୍ରଶକୁ ଓଦା କରନ୍ତୁ ନାହିଁ ଏବଂ ଜରୁରୀ ନଥିଲେ ବ୍ରଶକୁ ଏକ ସେକେଣ୍ଡରୁ ଅଧିକ ସମୟ ପାଇଁ ପାଣି ତଳେ ରଖନ୍ତୁ ନାହିଁ ।
Powered by Froala Editor