ସଟ୍ଡାଉନରେ କେବଳ ରେଲୱେ ଷ୍ଟେସନ ଓ ବିମାନବନ୍ଦରରୁ ଚାଲିବ ‘ମୋ ବସ୍’

ସପ୍ତାହାନ୍ତ ସଟ୍ଡାଉନରେ ବନ୍ଦ ରହିବ ‘ମୋ ବସ୍’ ସେବା । କେବଳ ରେଲୱେ ଷ୍ଟେସନରୁ ଯାତ୍ରୀଙ୍କୁ ନେବା ପାଇଁ ଚାଲିବ ‘ମୋ ବସ୍’ । ରେଲୱେ ଷ୍ଟେସନରୁ କଟକ ଓ ଖୋର୍ଦ୍ଧା ଯାଏ ଯିବ ‘ମୋ ବସ୍’ । ସେହିପରି ଭୁବନେଶ୍ବର ବିମାନବନ୍ଦରରୁ ସଟଲ୍ ସେବା ମିଳିପାରିବ ବୋଲି କ୍ୟାପିଟାଲ୍ ରିଜନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ(କ୍ରୁଟ୍) ପକ୍ଷରୁ ସୂଚନା ଦିଆଯାଇଛି।
CRUT ଟ୍ୱିଟ୍ରେ ଦର୍ଶାଇଛି, ‘ମୋ ବସ୍’ରେ କେହି ଠିଆ ହୋଇ ଯାଇପାରିବେ ନାହିଁ । ଷ୍ଟେସନରୁ କେହି ମାସ୍କ ପିନ୍ଧି ନଥିଲେ ‘ମୋ ବସ୍’ରେ ଯାଇ ପାରିବେ ନାହିଁ। ସଠିକ୍ ଭାବରେ କୋଭିଡ୍ ନିୟମ ପାଳନ ହେବ ।
ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ଲାଗୁ ହେବ। ଅତ୍ୟାବଶ୍ୟକ ସେବାକୁ ଛାଡିଦେଲେ ଗାଡିମୋଟର ଓ ଦୋକାନ ବଜାର ବନ୍ଦ ରଖିବା ନେଇ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ଏହି ସମୟରେ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟମାନଙ୍କ ଯାତାୟତ ଉପରେ ସରକାର କଟକଣା କରିଛନ୍ତି।
ସେପଟେ ଆଜି ପ୍ରେସ୍ମିଟ୍ରେ ଟ୍ୱିନ୍ ସିଟି ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ମଧ୍ୟ ସପ୍ତାହାନ୍ତ ନିୟମକୁ ପାଳିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । ଆଉ କହିଛନ୍ତି ଟ୍ୱିନ୍ ସିଟି ପାଇଁ ସପ୍ତାହାନ୍ତ ସଟ୍ଡାଉନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସପ୍ତାହାନ୍ତ ସଟ୍ଡାଉନ୍ରେ କେହି ଘରୁ ବାହାରନ୍ତୁ ନାହିଁ , ରାସ୍ତାରେ ପ୍ରକୃତ ଯାଞ୍ଚ ପରେ ଲୋକଙ୍କ ଛଡ଼ା ଯିବ । ଏହାସହ ଅତ୍ୟାବଶ୍ୟକ , ଜରୁରୀ ସେବା ପାଇଁ କିଛିଟା କୋହଳ ରହିଛି। କୋହଳ ପାଇଁ କୌଣସି ପାସ୍ ବ୍ୟବସ୍ଥା ନାହିଁ ବୋଲି କହିଛନ୍ତି କମିଶନର ।
ନିୟମ ପାଳନ କରିବାକୁ ସମସ୍ତଙ୍କୁ କମିଶନର ଅନୁରୋଧ କରିଛନ୍ତି । ନାକା ପଏଣ୍ଟରେ ଯାଞ୍ଚ ହେବ , ପାଟ୍ରୋଲିଂ କରାଯିବ । ଭୁବନେଶ୍ୱରରେ ୪୩ଟି ଚେକିଂ ପଏଣ୍ଟ ହେବ ବୋଲି ଟ୍ୱିନ୍ସିଟି କମିଶନର କହିଛନ୍ତି ।
Powered by Froala Editor