ଭିଜିଲାନ୍ସ ଜାଲରେ ଆରଆଇ

କର୍ଲାମୁଣ୍ଡା, : ଏକ ଜମିର ଡିମାରକେସନ ଓ ସ୍କେଚ ଦେବା ପାଇଁ ସ୍ଥାନୀୟ ସଦର ରାଜସ୍ଵ ନିରୀକ୍ଷକ ରମେଶ ବରାଳ ଜମି ମାଲିକଙ୍କ ଠାରୁ ଲାଞ୍ଚ ନେବା ବେଳେ ଧରା ପଡିଛନ୍ତି।
ଏକ ଜମିର ଡିମାରକେସନ ଓ ସ୍କେଚ ଦେବା ପାଇଁ କର୍ଲାମୁଣ୍ଡା ରାଜସ୍ଵ ନିରୀକ୍ଷକ ରମେଶ ବରାଳ ଜମି ମାଲିକ ବିରଞ୍ଚି ଚୌଧୁରୀଙ୍କ ଠାରୁ ଦୁଇ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ସୂଚନା ମିଳିବା ପରେ କଳାହାଣ୍ଡି ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ଟିମ ଛକି ରହିଥିଲେ। ଆଜି ଶ୍ରୀ ବରାଳ ଟଙ୍କା ନେବା କ୍ଷଣି ଭିଜିଲାନ୍ସ ଟିମ ତାଙ୍କ ଠାରୁ ଟଙ୍କା ଜବତ କରି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏହି ଟିମରେ ଭିଜିଲାନ୍ସର ରାଜେଶ ନାୟକ, ବ୍ରହ୍ମାନନ୍ଦ ପଣ୍ଡା, ସନ୍ତୋଷ କୁମାର ମହାନ୍ତି, ଗୁଣନିଧି ସାହୁ ଓ ଶିବପ୍ରସାଦ ପଧାନ ସାମିଲ ଥିଲେ ।
Powered by Froala Editor