ଆସନ୍ତା ୧୭ରୁ ପିଜି ସ୍ପଟ୍ ନାମଲେଖା ଆବେଦନ
ଭୁବନେଶ୍ବର: ପିଜି ପାଠ୍ୟକ୍ରମରେ ଖାଲିଥିବା ସିଟ୍ ଲାଗି ଅନୁଷ୍ଠିତ ହେବ ସ୍ପଟ୍ ନାମଲେଖା । ଆସନ୍ତା ୧୭ ତାରିଖରୁ ସ୍ପଟ୍ ନାମଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ସାମ୍ସ ୱେବସାଇଟ ଜରିଆରେ ଛାତ୍ରଛାତ୍ରୀ ଆବେଦନ କରିବେ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି ।
ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଦ୍ବାରା ପରିଚାଳିତ ପିଜି ପାଠ୍ୟକ୍ରମରେ ଖାଲିଥିବା ସିଟ୍ ପାଇଁ ସ୍ପଟ୍ ପାଇଁ ନାମଲେଖା କରାଯିବ । ପିଜି ପାଇଁ ଦ୍ଵିତୀୟ ପର୍ୟ୍ୟାୟ ନାମଲେଖା ସରିବା ପରେ ଅନେକ ବିଶ୍ୱବିଦ୍ୟାଳୟଗୁଡିକରେ ସିଟ୍ ଖାଲିପଡିଛି । ଏଣୁ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ୧୪ଟି ବିଶ୍ବବିଦ୍ୟାଳୟ ସମେତ ୫୯ଟି ମହାବିଦ୍ୟାଳୟରେ ସ୍ପଟ୍ ନାମଲେଖା ପାଇଁ ନିୟମାବଳୀ ଜାରି କରାଯାଇଛି ।ଚଳିତ ମାସ ୧୭ ତାରିଖରୁ ସ୍ପଟ ନାମଲେଖା ପାଇଁ ଛାତ୍ରଛାତ୍ରୀ ସାମ୍ସ ଜରିଆରେ ଆବେଦନ କରିପାରିବେ । ୨୧ ତାରିଖ ପର୍ୟ୍ୟନ୍ତ ଛାତ୍ରଛାତ୍ରୀ ସାମ୍ସ ୱେବ୍ସାଇଟରୁ ନୂଆ ଭାବରେ କମନ ଆପ୍ଲିକେସନ୍ ଫର୍ମ ଦାଖଲ କରିପାରିବେ । ୨୪ ତାରିଖରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ତାଲିକା ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରକାଶ କରାଯିବ । ୨୬ ରୁ ୨୯ ମଧ୍ୟରେ କାଗଜପତ୍ର ଯାଞ୍ଚ ସହ ନାମଲେଖା ଅନୁଷ୍ଠିତ ହେବ।
Powered by Froala Editor