କୋଭିଡ୍ ହସ୍ପିଟାଲ ଆଇସିୟୁରେ ନିଆଁ ଲାଗି ୧୩ ମୃତ
ମହାରାଷ୍ଟ୍ରର ପାଲଘର ଜିଲ୍ଲାର ବିରାର ଓ୍ୱେଷ୍ଟ ସ୍ଥିତ ବିଜୟ ବଲ୍ଲଭ କୋଭିଡ୍ କେୟାର ହସ୍ପିଟାଲରେ ଦୁର୍ଘଟଣା ଘଟିଛି। ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଖବର ଲେଖାହେବା ସୁଦ୍ଧା ମୃତକଙ୍କ ପରିଚୟ ବାବଦରେ କୌଣସି ସୂଚନା ମିଳିପାରି ନାହିଁ। ହସ୍ପିଟାଲରେ ଅଗ୍ନିନିରାପତ୍ତା ବ୍ୟବସ୍ଥା ନଥିଲା। ହସ୍ପିଟାଲରେ ପାଣି ସିଞ୍ଚନକାରୀ ସାମଗ୍ରୀ ସହିତ କୌଣସି ସ୍ଥାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ ଗଣମାଧ୍ୟମକୁ କହିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି।
ସୂଚନା ଅନୁଯାୟୀ, ଭୋର୍ ୩ଟା ୧୫ ମିନିଟରେ ଆଇସିୟୁ ୟୁନିଟରେ ପ୍ରଥମେ ନିଆଁ ଲାଗିଥିଲା। ସକାଳ ୫ଟା ୩୦ ମିନିଟ୍ ବେଳକୁ ନିଆଁ ଅଗ୍ନି ନିର୍ବାପକ ଟିମ୍ ଆସି ଲିଭାଇଥିଲେ। ମୋଟ୍ ୧୭ ଜଣ ଆଇସିୟୁରେ ଥିଲେ। ଏଯାବତ ୧୩ ଜଣଙ୍କର ମୃତ୍ୟୁ ହୋଇଛି ହେଲେ ବାକି ୪ ଜଣଙ୍କୁ ଆଉ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
Powered by Froala Editor