ଆଜି ନବୀନ ନିବାସ ଘେରାଉ କରିବ ଏବିଭିପି, ଜାଣନ୍ତୁ କାହିଁକି ?
ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାକୁ ମାସେ ପୂରିଥିଲେ ମଧ୍ୟ ଏଯାଏ କମିନି ଆନେ୍ଦାଳନ । ରାଜ୍ୟର ବିଭିନ୍ନ ସ୍ଥାନରେ ବିରୋଧୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଅନ୍ଦାଳନ ତୀବ୍ର କରୁଥିବା ବେଳେ, ଆଜି ରାଜ୍ୟର ଅଖିଳ ଭାରତୀ ବିଦ୍ୟାର୍ଥି ପରିଷଦ ନବୀନ ନିବାସ ଘେରାଉ କରିବ । ମମିତା ହତ୍ୟା ମାମଲାରେ ଗୃହମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ରଙ୍କୁ ବହିଷ୍କାର ଓ ମମିତା ହତ୍ୟା ମାମଲାରେ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ସହ ଘଟଣାର ସିବିଆଇ ତଦନ୍ତ ଦାବି କରି ଏବିଭିପି ଆଜି ନବୀନ ନିବାସ ଘେରାଉ କରିବ ।
ଘଟଣାକୁ ମାସେ ବିତିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ମମିତାକୁ ନ୍ୟାୟ ଦେବା ପାଇଁ ପଦକ୍ଷେପ ନେବା ପରିବତ୍ତେ ମୁଖ୍ରମନ୍ତ୍ରୀ ବିଭିନ୍ନ ଜିକ୍ଲା ଗସ୍ତ କରି ସ୍ମାର୍ଟ କାର୍ଡ ବାଣ୍ଟିବା କାର୍ଯ୍ୟକ୍ରମକୁ ଅବିଭିପି ପକ୍ଷରୁ କଡା ନିନ୍ଦା କରାଯାଇଛି । ତେବେ ଆଜି ଏବିଭିପି ନବୀନ ନିବାସ ଘେରାଉ କରୁଥିବାରୁ ପୋଲିସ୍ ପକ୍ଷରୁ ମଧ୍ୟ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମେଗା ଓମ୍ଫେଡ୍ ପ୍ଲାଣ୍ଟ ଉଦ୍ଘାଟନ କରିବାକୁ ଯାଉଥିବା ବେଳେ ନରାଜ ପୋଲ ନିକଟରେ ବିଜେପି ପକ୍ଷରୁ କଳା ପତାକା ପ୍ରଦର୍ଶନ କରାଯାଇଥିଲା । ଏହପରେ ବିଜେଡି ଓ ବିଜେପି ଦୁଇ ଦଳ ମୁହାଁମୁହିଁ ହୋଇଥିଲେ । ଏହାପରେ ୪୦ରୁ ଅଧିକ ବିଜେପି କର୍ମୀଙ୍କୁ ପୋଲିସ୍ ଉଠାଇ ନେଇଥିବା ସୂଚନା ମିଳିଛି ।
Powered by Froala Editor