୪ କୋଟି ଟୀକାକରଣ ପୁରା କରିବାକୁ ଯାଉଛି ଓଡିଶା
ଭୁବନେଶ୍ବର: ନିକଟରେ ଭାରତ ୧୦୦ କୋଟି ଟିକାଦାନର ବିରଳ ରେକର୍ଡ ବନାଇଥିବବେଳେ ଏବେ ୪ କୋଟି ଟୀକାକରଣ ପୁରା କରିବାକୁ ଯାଉଛି ଓଡିଶା । ରାଜ୍ୟରେ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ଟୀକାକରଣ ଅଭିଯାନ ଆଉ କିଛି ଦିନ ମଧ୍ୟରେ ୪ କୋଟି ଟୀକାକରଣ ଟପିବ ।
ବର୍ତ୍ତମାନ ରାଜ୍ୟରେ ପ୍ରଥମ ଡୋଜ ଅପେକ୍ଷା ଦ୍ବିତୀୟ ଡୋଜ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି ହିତାଧିକାରୀ । ସ୍ଵାସ୍ଥ୍ୟକର୍ମୀ ଶତ ପ୍ରତିଶତ ଟିକା ନେଇଥିବା ବେଳେ କୋରୋନା ଯୋଦ୍ଧା ୯୯ ପ୍ରତିଶତ, ୪୫ ବର୍ଷରୁ ଊର୍ଦ୍ଧ୍ବ ୮୫ ପ୍ରତିଶତ ଏବଂ ଯୁବବର୍ଗଙ୍କ ୭୬ ପ୍ରତିଶତ ଟୀକାକରଣ ହୋଇଛି ।ସୂଚନା ଅନୁଯାୟୀ, ରାଜ୍ୟରେ ମଙ୍ଗଳବାର ଦିନ ୨,୪୪୮ଟି କେନ୍ଦ୍ରରେ ଟୀକାକାରଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୯୪ ଲକ୍ଷ ୧୬ ହଜାର ୩୨୦ ଡୋଜ ନେଇଛନ୍ତି ଲୋକେ । ସେଥିମଧ୍ୟରୁ ୨ କୋଟି ୬୫ ଲକ୍ଷ ୭ ହଜାର ୫୭୯ ଜଣ ପ୍ରଥମ ଡୋଜ ନେଇଥିବାବେଳେ ୧ କୋଟି ୨୯ଲକ୍ଷ ୮ ହଜାର ୭୪୧ ଜଣଙ୍କୁ ଦ୍ବିତୀୟ ଡୋଜ ଦିଆଯାଇଛି । ସେହିପରି ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୯୬ ହଜାର ୩୧୫ ଡୋଜ ଟିକା ନେଇଛନ୍ତି ଗର୍ଭବତୀଙ୍କୁ ।ମୋଟ ଟୀକାକରଣ ମଧ୍ୟରେ ୧ କୋଟି ୯୭ ଲକ୍ଷ ୬୦ ହଜାର ୭୪୬ ଡୋଜ ପୁରୁଷ ନେଇଛନ୍ତି । ୧ କୋଟି ୯୬ ଲକ୍ଷ ୪୬ ହଜାର ୩୫୨ ଡୋଜ ମହିଳାଙ୍କୁ ଦିଆସରିଛି । ଯାହାମଧ୍ୟରେ କୋଭାକ୍ସିନ ଟିକା ଡୋଜ ସଂଖ୍ୟା ୪୭ ଲକ୍ଷ ୫୮ ହଜାର ୨୪ ଏବଂ କୋଭିସିଲ୍ଡ ସଂଖ୍ୟା ୪୬ ଲକ୍ଷ ୫୨ ହଜାର ୩୯୯ ରହିଛି ।ରାଜ୍ୟରେ ପ୍ରଥମ ଡୋଜ ଅପେକ୍ଷା ଦ୍ଵିତୀୟ ଡୋଜ ନେବାକୁ ହିତାଧିକାରୀ ଆଗ୍ରହ ପ୍ରକାଶ କରୁନାହାନ୍ତି । ଯାହାଫଳରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏନେଇ ଘର ଘର ଟିକା କାର୍ୟ୍ୟକ୍ରମ ଆରମ୍ଭ କରିଛନ୍ତି ।
Powered by Froala Editor