ଷ୍ଟେସନରେ ଚା' ପିଇଲେ ରେଳମନ୍ତ୍ରୀ

ଝାରସୁଗୁଡ଼ା: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୋମବାର ଠାରୁ ଝାରସୁଗୁଡା ଗସ୍ତରେ ରହିଛନ୍ତି । ଅଶ୍ବିନୀଙ୍କ ଏହି ୨ ଦିନିଆ ଗସ୍ତରେ ସେ ମଙ୍ଗଳବାର ସକାଳୁ ସହର ଉପକଣ୍ଠରେ ଥିବା ସର୍ବପୁରାତନ ପୋଷ୍ଟ ଅଫିସ ଓ ରେଳ ଷ୍ଟେସନ ବୁଲି ଏହାର ସ୍ଥିତି ସମୀକ୍ଷା କରିଛନ୍ତି ।୧୮୮୨ ମସିହାରେ ନିର୍ମିତ ହୋଇଥିବା ସେହି ପୋଷ୍ଟ ଅଫିସକୁ ଆଗାମୀ ଦିନରେ ରେଳ ବିଭାଗ ଓ ଡାକ ବିଭାଗ ଦ୍ଵାରା ମରାମତି ସହ ରକ୍ଷଣାବେକ୍ଷଣ କରାଯିବ ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି । ଏହା ସହ ରେଳ ଷ୍ଟେସନରେ ଥିବା ଏକ ଚା' ଷ୍ଟଲରୁ ଚା' ପିଇଥିଲେ ରେଳମନ୍ତ୍ରୀ । ରେଳ ଷ୍ଟେସନ ପରିଦର୍ଶନ ପରେ ମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ରେଳ ବିଭାଗର ମହତ୍ତ୍ବପୂର୍ଣ୍ଣ ସ୍ଥାନ ହେଉଛି ଝାରସୁଗୁଡା । ଏହି ସ୍ଥାନରେ ୩ଟି ଡିଭିଜନର ଜଙ୍କସନ ରହିଛି । ଏଣୁ ଏହି ସ୍ଥାନରେ ଭବିଷ୍ୟତରେ ଉନ୍ନତିମୂଳକ କାର୍ୟ୍ୟ କରିବାର ରହିଛି ।ଏହାସହିତ ଷ୍ଟେସନର ଆଧୁନୀକରଣ, ପରିମଳ ବ୍ୟବସ୍ଥା ଓ ଯାତ୍ରୀଙ୍କ ବିଶ୍ରାମଗାରର ଉନ୍ନତିକରଣ ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି । ଜିଲ୍ଲାର ବିଭିନ୍ନ ଉନ୍ନିତକରଣ ଉପରେ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଉଛି ବୋଲି ମଧ୍ୟ କହିଛନ୍ତି ମନ୍ତ୍ରୀ । ଏହା ସହ ରେଳ ଷ୍ଟେସନରେ ଥିବା ଏକ ଚା' ଷ୍ଟଲରୁ ଚା' ପିଇଥିଲେ ରେଳମନ୍ତ୍ରୀ ।
Powered by Froala Editor