ଦ୍ୱିତୀୟ ଡୋଜ ପରେ ସଂକ୍ରମଣ ଆଶଙ୍କା କମ: ପରିବାର କଲ୍ୟାଣ ନିଦେ୍ର୍ଧଶକ

ଭୁବନେଶ୍ୱର: କରୋନା ଟିକାର ଦ୍ୱିତୀୟ ଡୋଜ ପରେ ସଂକ୍ରମଣ ଆଶଙ୍କା କମ ବୋଲି ପରିବାର କଲ୍ୟାଣ ନିଦେ୍ର୍ଧଶକ ସୂଚନା ଦେଇଛନ୍ତି । ରାଜ୍ୟରେ କୋଭିଡ ସ୍ଥିତି ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେବା ଅବସରରେ ସେ ଏଭଳି କହିଛନ୍ତି ।
ସେ କହିଛନ୍ତି ଯେ, ଏଣିକି ସପ୍ତାହରେ ୫ ଦିନ ଟିକାକରଣ କରାଯିବ । ଶନିବାର ଓ ରବିବାର ଟିକାକରଣ ବନ୍ଦ ରହିବ । ଶନି ଓ ରବିବାର ଦିନ ଟିକାକରଣ କେନ୍ଦ୍ରକୁ ସାନିଟାଇଜ କରାଯିବ । ମେ ୧ରୁ ଘରୋଇ ହସ୍ପିଟାଲ କମ୍ପାନୀ ଠାରୁ ସିଧାସଳଖ ଟିକା ଆଣିବେ । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଟିକାର ଦର ଧାର୍ଯ୍ୟ ହେବ । ରେଜିଷ୍ଟ୍ରେସନ ବେଳେ ଆପରେ ଟିକାର ମୂଲ୍ୟ ଦେଖି ହେବ । ଆଜି ୭୦୦ କେନ୍ଦ୍ରରେ ଟିକାକରଣ ଚାଲିଛି । ରାଜ୍ୟରେ ୫୪ ଲକ୍ଷ ୪୧ ହଜାର ୪୭୮ ଜଣଙ୍କୁ ଟିକାକରଣ କରାଯାଇଛି । ପ୍ରାୟ ୫୦ ଜଣ ବ୍ୟକ୍ତି ଭ୍ୟାକ୍ସିନ ନେବା ପରେ ସଂକ୍ରମିତ ହୋଇଛନ୍ତି । ଦ୍ୱିତୀୟ ଡୋଜ ପରେ ବିଶେଷ କେହି ସଂକ୍ରମିତ ହୋଇନାହାନ୍ତି ବୋଲି ପରିବାର କଲ୍ୟାଣ ନିଦେ୍ର୍ଧଶକ ସୂଚନା ଦେଇଛନ୍ତି ।
Powered by Froala Editor