୧୧ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର

ରାଷ୍ଟ୍ରପତିଙ୍କ ଭବନରେ ଆୟୋଜିତ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶାର ମୋଟ ୧୧ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଓଡ଼ିଶାର ଜଣାଶୁଣା ସାହିତ୍ୟକ ମନୋଜ ଦାସଙ୍କୁ ମରଣୋତ୍ତର ଭାବେ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି। ଚଳିତ ବର୍ଷ ଏପ୍ରିଲ୍ ୨୭ ତାରିଖରେ ମନୋଜ ଦାସଙ୍କ ଦେହାନ୍ତ ହୋଇଥିଲା।
ଅନ୍ୟ ଓଡ଼ିଆଙ୍କ ମଧ୍ୟରେ ଜୈବ୍ୟ କୃଷିରେ ବିପ୍ଲବ ଆଣିିଥିବା ଓଡ଼ିଆ ବାପା ଓ ଝିଅ ପ୍ରଫେସର ରାଧାମୋହନ ଏବଂ ତାଙ୍କ ଝିଅ ସାବରମତୀଙ୍କୁ ପଦ୍ମଶ୍ରୀ ମିଳିଛି । ପ୍ରଫେସର ରାଧାମୋହନଙ୍କୁ ମରୋଣତ୍ତର ଭାବେ ପଦ୍ମଶ୍ରୀ ସମ୍ମାନ ଦିଆଯାଇଛି। ପ୍ରଫେସର ରାଧାମୋହନଙ୍କ ପତ୍ନୀ ରାଷ୍ଟ୍ରପତିଙ୍କଠାରୁ ସମ୍ମାନ ଗ୍ରହଣ କରିଛନ୍ତି।
ସେହିପରି ସାନ୍ତାଳୀ ଭାଷାରେ ପାରଦର୍ଶିତା ଓ ଦକ୍ଷତା ପ୍ରଦର୍ଶନ କରିଥିବାରୁ ଡକ୍ଟର ଦମୟନ୍ତି ବେସରା, ଶିକ୍ଷା ଓ ସାହିତ୍ୟ ପାଇଁ ବୀଣାପାଣି ମହାନ୍ତି ଓ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ବିଶ୍ବପ୍ରସିଦ୍ଧ ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ର ରଚୟିତା ବିଶିଷ୍ଟ ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କୁ ରାଷ୍ଟ୍ରପତି ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରିଛନ୍ତି । ସ୍ୱର୍ଗତ ମନମୋହନ ମହାପାତ୍ର (କଳା), ଦିଗମ୍ବର ବେହେରା (ମେଡିସିନ୍), ଉତ୍ସବ ଚରଣ ଦାସ (କଳା), ବଟକୃଷ୍ଣ ସାହୁଙ୍କୁ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପଦ୍ମଶ୍ରୀ ସମ୍ମାନ ମିଳିଛି।
Powered by Froala Editor