ତାତିଲା ବିଜେପି,ମୁଖ୍ୟମନ୍ତ୍ରୀଙ୍କ ସହ ଏହି ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
ବଲାଙ୍ଗୀର: ମମିତା ମେହେର ହତ୍ୟା ମାମଲାରେ ଜୋର ଧରିଛି ରାଜନୀତି । ରାଜ୍ୟର ବିଭିନ୍ନ ସ୍ଥାନରେ ଆନେ୍ଦାଳନ ତୀବ୍ର ହେବାରେ ଲାଗିଛି । ମମିତା ମେହେର ମୃତୁ୍ୟକୁ ମାସେ ବିତି ଯାଇଥିଲେ ମଧ୍ୟ ଏଯାଏଁ ତାଙ୍କ ପରିବାରକୁ ନ୍ୟାୟ ମିଳିପାରିଲା ନାହିଁ । ଅନ୍ୟପଟେ ଆଜି ବିଜୁ ସ୍ମାର୍ଟ ହେଲ୍ଥକାର୍ଡ ବଣ୍ଟନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବରୋଧୀ କଡା ନିନ୍ଦା କରିଛନ୍ତି ।
ଏଥିପାଇଁ କେବଳ କଳାହାଣ୍ଡି ନୁହେଁ, ବରଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆନେ୍ଦାଳନ ତେଜିବାରେ ଲାଗିଛି । ବଲାଙ୍ଗୀରରେ ବିଜେପି ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ବଲାଙ୍ଗୀରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି କରିବା ସହ କଚେରି ଛକ ଠାରେ ରାସ୍ତା ରୋକ କରିଛି ବିଜେପି । ଏହି ଆନେ୍ଦାଳନରେ ସାହସଦ ସଙ୍ଗୀତା ସିଂଦେଉ ମଧ୍ୟ ସାମିଲ୍ ଅଛନ୍ତି । ଏହା ସହ କର୍ମୀମନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଆଇନ ମନ୍ତ୍ରୀ ପ୍ରତାପ ଦେବ ଓ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କର କଶପୁତ୍ତଳିକା ଦାହ କରିଛନ୍ତି ।
ଏହା ସହିତ ଆଜି ଭୁବନେଶ୍ୱରରେ ରାଜମହଲ ଛକରୁ ବିଜେପିର ଏକ ବିଶାଳ ରାଲି ବାହାରି ଶିଶୁଭବନ ଛକଠାରେ ନାରାବାଜି ଓ ଧାରଣା ସହ କଳାପତାକା ପ୍ରଦର୍ଶନ କରିଥିଲେ ବିଜେପି କର୍ମୀ । ଏଥିପାଇଁ ପୋଲିସ୍ ପକ୍ଷରୁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମନ୍ତ୍ରୀ ପ୍ରତାପ ଜେନା ଓ ଦିବ୍ୟଶଙ୍କର ମିଶ୍ରଙ୍କର କୁଶପୁତ୍ତଳିକା ଦାହ କରିଥିଲେ । ଏହି ସମୟରେ କିଛି ବିଜେପି କର୍ମୀଙ୍କୁ ପୋଲିସ୍ ଉଠାଇ ନେଇଥିବା ସୂଚନା ମିଳିଛି ।
Powered by Froala Editor