ଅକ୍ସିଜେନର ଅଭାବ ଦୂର କରିବା ପାଇଁ ବାୟୁସେନାର ବିମାନ ଆଣିବ ଅକ୍ସିଜେନ
ନୂଆଦିଲ୍ଲୀ: ଦେଶରେ ମେଡିକାଲ ଅକ୍ସିଜେନର ଅଭାବ ଦୂର କରିବା ପାଇଁ ଭାରତୀୟ ବାୟୁସେନାର ବୃହଦାକାୟ ପରିବହନ ବିମାନକୁ ନିୟୋଜିତ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ଜଣେ ସରକାରୀ ଅଧିକାରୀ ଦେଇଥିବା ସୂଚନା ଅନୁସାରେ ଦେଶରେ ମେଡିକାଲ ଅକ୍ସିଜେନ ମହଜୁଦ ଅଛି । ହେଲେ ତାକୁ ପରିବହନ କରିବା ପାଇଁ ଆବଶ୍ୟକ ମାତ୍ରାରେ କଣ୍ଟେନର ଓ ଅନ୍ୟ ଉପକରଣ ଉପଲବ୍ଧ ନାହିଁ । ତେଣୁ ସରକାର କିଛି ବିଦେଶୀ ରାଷ୍ଟ୍ରର ଏସବୁ ଜରୁରୀକାଳୀନ ଭିତ୍ତିରେ ମଗାଇବାକୁ ଚିନ୍ତା କରୁଛନ୍ତି । ଏଥିପାଇଁ ବାୟୁସେନାର ବିମାନକୁ ବ୍ୟବହାର କରାଯିବ । ଇତି ମଧ୍ୟରେ ବାୟୁସେନାର ବିମାନ ସାହାଯ୍ୟରେ ଅକ୍ସିଜେନ ଭତ୍ତି କଣ୍ଟେନରକୁ ଦେଶର ଗୋଟିଏ ଭାଗରୁ ଅନ୍ୟ ଭାଗକୁ ସ୍ଥାନାନ୍ତର କରିବା ପ୍ରକି୍ରୟା ଆରମ୍ଭ ହୋଇଯାଇଛି ।
Powered by Froala Editor