ନବୀନଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି
ଭୁବନେଶ୍ୱର: ମମିତା ମେହେରଙ୍କ ମୃତୁ୍ୟକୁ ମାସେ ପୁରିଥିବାବେଳେ ଏଯାଏଁ ମମିତାଙ୍କ ପରିବାରମକୁ ନ୍ୟାୟ ମିଳିପାରିନାହିଁ । ଏଥିପାଇଁ ସାରା ରାଜ୍ୟ ଉଠୁଛି ପଡୁଛି । ବିରୋଧୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ମିମିତା ମୃତୁ୍ୟ ଘଟଣାରେ ସଂପୃକ୍ତ ଥିବା ଗୃହମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର, ଇସ୍ତଫା ଦାବି ଓ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରୁଛନ୍ତି ବିରୋଧୀ ଦଳ । ତେବେ ଏ ଘଟଣାରେ ମୁଖ୍ୟମନ୍ତ୍ରୀ କୌଣସି କାର୍ଯ୍ୟନୁଷ୍ଠାନ ନେଇନାହାଁନ୍ତି ।
ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ କଡା ନିନ୍ଦା କରିଛି ବିଜେପି । ଏହି ଗସ୍ତକୁ ସଫଳ କରାଇଦେବେ ନାହିଁ ବୋଲି ବିରୋଧୀ ଚେତାବନୀ ଦେଇଛନ୍ତି । ଏଥିପାଇଁ ଆଜି ବିଜେପିର ଏକ ବିଶାଳ ରାଲି ରାଜମହଲ ଛକରୁ ନବୀନ ନିବାସ ଅଭିମୁଖେ ତୀବ୍ର ବେଗରେ ମାଡିଆସୁଛି । ଶିଶୁଭବନ ଛକଠାରେ ନାରାବାଜି ଓ ଧାରଣା ସହ କଳାପତାକା ପ୍ରଦର୍ଶନ କରୁଛନ୍ତି ବିଜେପି କର୍ମୀ । ଏଥିପାଇଁ ପୋଲିସ୍ ପକ୍ଷରୁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଜେପି କର୍ମୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମନ୍ତ୍ରୀ ପ୍ରତାପ ଜେନା ଓ ଦିବ୍ୟଶଙ୍କର ମିଶ୍ରଙ୍କର କୁଶପୁତ୍ତଳିକା ଦାହ କରିଛନ୍ତି । ଏହି ସମୟରେ କିଛି ବିଜେପି କର୍ମୀଙ୍କୁ ପୋଲିସ୍ ଉଠାଇ ନେଇଥିବା ସୂଚନା ମିଳିଛି ।
ଅନ୍ୟପଟେ କଳାହାଣ୍ଟିରେ ମଧ୍ୟ ଆଜି ଓଡିଶାର ସମସ୍ତ ୩୧୪ ବ୍ଲକରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ସହିତ କଂଗ୍ରେସ ପକ୍ଷରୁ ମଧ୍ୟ ଆଜି କଳାହାଣ୍ଡିରେ ଜନତା କର୍ଫୁ୍ୟ ଡାକରା ଦିଆଯାଇଛି ।
Powered by Froala Editor