ନେବାକୁ ପଡିବ ଗୋଟିଏ ଟିକାର ଦୁଇଟି ଡୋଜ, କାହିଁକି ଜାଣନ୍ତୁ?
ଚେନ୍ନାଇ: ଦେଶରେ କରୋନା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଥିବା ବେଳେ ଅନେକ ଲୋକ କୋଭାକ୍ସିନ ନା କୋଭାସିଲ୍ଡ କେଉଁ ଟିକା କରୋନା ବିରୋଧରେ ଅଧିକ ପ୍ରଭାବଶାଳୀ? ଟିକାର ଭିନ୍ନ ଭିନ୍ନ ଡୋଜ ନେଇ ହେବ କି ପରି ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି । ଗ୍ରେଟର ଚେନ୍ନାଇ କର୍ପୋରେସନ ଯୁଗ୍ମ କମିସନର (ସ୍ୱାସ୍ଥ୍ୟ ବିଭାଗ) ଡାକ୍ତର ଅଲବି ଜନ ଭର୍ଗିଜ, ସିଟି ହେଲଥ ଅଫିସର ଡାକ୍ତର ଏମ ଜଗଦିଶନ ଏକ ସେମିନାରରେ ଏହାର ଉତ୍ତର ରଖିଛନ୍ତି । ସେମାନଙ୍କ ଅନୁସାରେ ଉଭୟ ଟିକା ସମ୍ପର୍କରେ ଗବେଷଣା କରାଯାଇଛି । ତେଣୁ କୋଭାକ୍ସିନ ଓ କୋଭିସିଲ୍ଡ ଦୁଇଟି ଯାକ ଟିକା କରୋନା ବିରୋଧରେ ପ୍ରଭାବଶାଳୀ । ତେବେ ଲୋକମାନଙ୍କୁ ଏହି ଦୁଇଟି ଟିକା ମଧ୍ୟରୁ ଗୋଟିକର ଦୁଇଟି ଯାକ ଡୋଜ ନେବାକୁ ହେବ । ଗୋଟିଏ ଡୋଜ କୋଭାକ୍ସିନ ଓ ଅନ୍ୟ ଡୋଜ କୋଭିସିଲ୍ଡ ନେଇ ହେବ ନାହିଁ । ଅନ୍ୟପଟେ ଟିକାର ପ୍ରଥମ ଡୋଜ ନେବା ପରେ ଯଦି ଜଣେ ପଜିଟିଭ ଚିହ୍ନଟ ହୁଅନ୍ତି ତା ହେଲେ ବି ତାଙ୍କୁ ଦ୍ୱିତୀୟ ଡୋଜ ନେବାକୁ ପଡ଼ିବ ।
Powered by Froala Editor