ପ୍ୟାକେଟରେ ରହିଥିବା ସାମଗ୍ରୀ ଉପରେ ମୂଲ୍ୟ ଲେଖାଯିବା ନିୟମକୁ ବଦଳାଇଲେ କେନ୍ଦ୍ର ସରକାର, ଏପ୍ରିଲରୁ କାର୍ଯ୍ୟକାରୀ ହେବ ନିୟମ

ନୂଆଦିଲ୍ଲୀ: ପ୍ୟାକେଟରେ ବିକ୍ରି ହେଉଥିବା ପଦାର୍ଥ କ୍ରୟ ବେଳେ ଗ୍ରାହକଙ୍କୁ ଠିକ୍ ନିଷ୍ପତ୍ତି ନେବା କ୍ଷେତ୍ରରେ ଆହୁରି ସଶକ୍ତ ହେବେ । ଏଥିପାଇଁ କେନ୍ଦ୍ର ସରକାର ପ୍ୟାକେଟରେ ରହିଥିବା ସାମଗ୍ରୀ ଉପରେ ମୂଲ୍ୟ ଲେଖାଯିବା ନିୟମକୁ ବଦଳାଇଲେ । ସର୍ବାଧିକ ଖୁଚୁରା ମୂଲ୍ୟ ସହିତ କମ୍ପାନି ଗୁଡ଼ିକ ପ୍ୟାକେଟ୍ ଉପରେ ୟୁନିଟ୍ ପିଛା ମୂଲ୍ୟ ଲେଖିବେ । ଆସନ୍ତାବର୍ଷ ଏପ୍ରିଲରୁ ଏହି ନୂଆ ପ୍ୟାକେଜିଂ ନିୟମ କାର୍ଯ୍ୟକାରୀ ହେବ । ପ୍ୟାକେଟରେ ରହିଥିବା ସାମଗ୍ରୀର ପରିମାଣ ଯଦି ୧ କିଲୋ କିମ୍ବା ୧ ଲିଟରରୁ ଅଧିକ ହୋଇଥିବ ତାହେଲେ ସେହି ପ୍ୟାକେଟ୍ ଉପରେ କିଲୋ ପିଛା ବା ଲିଟର ପିଛା ଦାମ୍ ଲେଖାଯିବ ।
ସେହିଭଳି ଯଦି ପ୍ୟାକେଟରେ ଥିବା ସାମଗ୍ରୀର ଓଜନ ୧ କିଲୋ ବା ଲିଟରରୁ କମ୍ ହୋଇଥିବା ତାହେଲେ ସେହି ପ୍ୟାକେଟ ଉପରେ କମ୍ପାନି ୧ ଗ୍ରାମ କିମ୍ବା ୧ ମିଲିଲିଟରର ମୂଲ୍ୟ ଲେଖିବେ । ମିଟର ଏବଂ ସେଣ୍ଟିମିଟରରେ ମପାଯାଉଥିବା ସାମଗ୍ରୀ କ୍ଷେତ୍ରରେ ମଧ୍ୟ ଏଭଳି ସମାନ ନିୟମ ଲାଗୁ ହେବ । ଏଥିସହିତ ସଂଶୋଧିତ ବୈଧ ମାପ ନିୟମ (ପ୍ୟାକେଟ ସାମଗ୍ରୀ) ଅନୁଯାୟୀ ୧୯ ପ୍ରକାର ସାମଗ୍ରୀର ପ୍ୟାକେଟ ଉପରେ ନିର୍ଦ୍ଧିଷ୍ଟ ପରିମାଣ ଲେଖିବାର ନିୟମକୁ କୋହଳ କରାଯାଇଛି । ସେଗୁଡ଼ିକ ମଧ୍ୟରେ କ୍ଷୀର, ଚା’, ବିସ୍କୁଟ, ଖାଇବା ତେଲ, ଅଟା, ମୃଦୁପାନୀୟ, ପାନୀୟ ଜଳ, ଶିଶୁ ଖାଦ୍ୟ, ସିମେଣ୍ଟ ବ୍ୟାଗ, ପାଉଁରୁଟି, ଡିଟରଜେଣ୍ଟ ଆଦି ରହିଛି ।
ସରକାରଙ୍କ ପକ୍ଷରୁ ପରିମାଣ ନେଇ କୌଣସି ନିର୍ଦ୍ଧିଷ୍ଟ ନିଦେ୍ର୍ଧଶ ରହିବ ନାହିଁ । ଫଳରେ କମ୍ପାନିଗୁଡ଼ିକ ବଜାରରେ ସେମାନେ ପ୍ୟାକେଟରେ କେତେ ପରିମାଣର ସାମଗ୍ରୀ ବିକ୍ରି କରିବେ ତାହାର ସ୍ୱାଧୀନତା ସଂପୂର୍ଣ୍ଣ ଭାବେ ପାଇବେ । ଏଥିସହିତ ନିୟମରେ ହୋଇଥିବା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଟି ହେଉଛି ଆମଦାନି ହୋଇଥିବା ସାମଗ୍ରୀର ପ୍ୟାକେଟ ଉପରେ ଉଭୟ ଉତ୍ପାଦନର ମାସ ଏବଂ ବର୍ଷ ଲେଖାଯିବ । ବର୍ତ୍ତମାନ ଆମଦାନିକାରୀ ବା ବିକ୍ରେତାଙ୍କ ପାଇଁ ମାସ ଏବଂ ଆମଦାନି କିମ୍ବା ପ୍ରି-ପ୍ୟାକେଜିଂ ତାରିଖ ଲେଖିବାର ବିକଳ୍ପ ରହିଛି । ଯେକୌଣସି ଉତ୍ପାଦର ମାନ ସଂପୃକ୍ତ ସାମଗ୍ରୀର ଉପôାଦନ ତାରିଖ ସହ ଜଡ଼ିତ ବୋଲି ଖାଉଟି ବ୍ୟାପାର ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି ।
Powered by Froala Editor