ମଧ୍ୟବିତ୍ତଙ୍କୁ ଦାରିଦ୍ର୍ୟ କରିଦେଇଛି କରୋନା
ନୂଆଦିଲ୍ଲୀ: ପ୍ରଥମ ଲହର କରୋନା ସଂକ୍ରମଣ ଅନେକ ଭାରତୀୟଙ୍କୁ ଦାରିଦ୍ର୍ୟ ମଧ୍ୟକୁ ଠେଲି ଦେଇଛି । ଲକଡାଉନ ପାଇଁ ଅନେକଙ୍କ ଚାକିରି ଏବଂ ଜୀବିକା ଚାଲିଯାଇଛି । ଏକ ଅଧ୍ୟୟନ ଅନୁଯାୟୀ ପ୍ରଥମ ଥର ଲହର କରୋନା ସଂକ୍ରମଣ ପାଇଁ ଦେଶରେ ଦାରିଦ୍ର୍ୟ ଦୁଇ ଗୁଣା ହୋଇଛି । ଦେଶବ୍ୟାପୀ ଲକଡାଉନ ହେବା ପରେ ଭାରତରେ ଅଧିକାଂଶ ଲୋକଙ୍କ ରୋଜଗାର ସ୍ତର ଅତି ଦ୍ରୁତ ଗତିରେ ଖସି ଆସିଛି ବୋଲି ବିଶ୍ୱ ବ୍ୟାଙ୍କ ଆକଳନରୁ ଜଣାପଡ଼ିଛି । ଏହି ଏହାକୁ ଆଧାର କରି ପିଉ ଗବେଷଣା କେନ୍ଦ୍ର ଦ୍ୱାରା ଏକ ଅଧ୍ୟୟନ ହୋଇଛି । ମହାମାରୀ ପାଇଁ ଗତ ବର୍ଷ ସବୁ ଶିଳ୍ପରେ ବାଧା ଉପୁଜିଥିଲା । ଏଥିଯୋଗୁଁ ଅନେକ ଲୋକଙ୍କ ଚାକିରି ଚାଲି ଯାଇଥିଲା । ଭାରତରେ ମହାମାରୀ ସମୟରେ ଜିଡିପି ଅଭିବୃଦ୍ଧି ହାର କମିଛି । ଗରିବ ମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଥିବା ବେଳେ କୋଟି କୋଟି ଭାରତୀୟ ମଧ୍ୟବିତ୍ତ ଶ୍ରେଣୀରୁ ଅଚାନକ ଗରିବ ଶ୍ରେଣୀକୁ ଆସି ଯାଇଛନ୍ତି ବୋଲି ଏହି ରିପୋର୍ଟରେ କୁହାଯାଇଛି । ଆକଳନ ଅନୁଯାୟୀ ଦେଶରେ ଦୈନିକ ୧୫୦ ଟଙ୍କାରୁ କମ ରୋଜଗାର ଥିବା ଲୋକଙ୍କ ସଂଖ୍ୟା ୬ କୋଟିରୁ ୧୩.୪ କୋଟିକୁ ବୃଦ୍ଧି ପାଇଛି । ତେଣୁ ଦେଶରେ ଗରିବ ଲୋକଙ୍କ ସଂଖ୍ୟା ଗତ ବର୍ଷ ତୁଳନାରେ ୭.୫ କୋଟି ବୃଦ୍ଧି ପାଇଛି । ସେହିପରି ଦେଶରେ ମଧ୍ୟବିତ୍ତଙ୍କ ସଂଖ୍ୟା ମଧ୍ୟ ମହାମାରୀ ପୂର୍ବରୁ ୯.୯ କୋଟି ଥିବା ବେଳେ ମହାମାରୀ ପରେ ଏହା ୬.୬ କୋଟିକୁ କମିଯାଇଛି ।
Powered by Froala Editor