ସ୍କୁଲ ଖୋଲିବା ଉଚିତ୍: ସ୍ୱାସ୍ଥ୍ୟ ନିଦେ୍ର୍ଧଶକ
ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନ ହେବ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଥିଲା । ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଏଥିପାଇଁ ପର୍ଯ୍ୟାୟକ୍ରକେ ଶିକ୍ଷାନୁଷ୍ଠାନ ଗୁଡିକ ଖୋଲୁଛି । ନିକଟରେ ଅଷ୍ଟମ, ନବମ, ଦଶମ ଶ୍ରେଣୀ ଖୋଲିଥିବା ବେଳେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା । ଏହାରି ଭିତରେ ରାଜ୍ୟରେ ସମସ୍ତ ସ୍କୁଲ ଖୋଲିବାକୁ ନେଇ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ଆଶ୍ୱସ୍ତି ଖବର ଦେଇଛନ୍ତି ।
ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ମହାପାତ୍ର କହିଛନ୍ତି ରାଜ୍ୟରେ ସଂକ୍ରମଣ ଯେଉଁଭଳି ହ୍ରାସ ପାଉଛି, ଏହା ଏକ ଭଲ ଲକ୍ଷଣ । ତେବେ ରାଜ୍ୟରେ ସରକାରୀ ସ୍ତରରେ ସମସ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହେବ । ପିଲାମାନଙ୍କ ଠାରେ ଇମୁ୍ୟନିଟି ଅଧିକ ଥିବାରୁ ସଂକ୍ରମଣର ଭୟ କମ୍ ରହିଛି । କିନ୍ତୁ ଏଯାଏ କରୋନାର ଭୟ ଯାଇନି, ଅନ୍ୟ ଦେଶ ଗୁଡିକରେ ସଂକ୍ରମଣ ବଢିବାରେ ଲାଗିଛି, ତେଣୁ ସମସ୍ତେ କୋଭିଡ୍ ଗାଇଡଲାଇନ ମାନିବା ଉଚିତ୍ ।
Powered by Froala Editor