ସୁରକ୍ଷା କର୍ମୀଙ୍କୁ ସଫଳତା, ବନ୍ଧାହେଲେ ୮ ମାଓବାଦୀ
ମାଲକାନଗିରି: କମ୍ବିଂ ଅପରେସନ୍ ବେଳେ ସୁରକ୍ଷା କର୍ମୀଙ୍କୁ ସଫଳତା । ବନ୍ଧାହେଲେ ୮ ଜଣ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ସୁକମା ଚିନ୍ତଲନାର ଥାନା ଅନ୍ତର୍ଗତ ମୋରାପାଲ୍ଲି, ତିମ୍ମାପୁରମ ଓ ଜଜ୍ୱାଗଟା ଜଙ୍ଗଲରେ ଡିଆରଜି ଓ ୨୦୧ କୋବ୍ରା ବାଟାଲିୟନର ଯବାନ ମାନେ ମିଳିତ କମ୍ବିଂ ଅପରେସନ ବେଳେ ୮ ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି । ମାଓବାଦୀଙ୍କ ଠାରୁ ଆଇଡି, ବିସ୍ଫୋରକ ସହ ଅନ୍ୟ ଅପରାଧିକ ସାମଗ୍ରୀ ଜବତ କରାଯାଇଛି ।
ଗିରଫ ମାଓବାଦୀ ଦୀର୍ଘ ଦିନ ଧରି ମାଓ ସଂଗଠନରେ ସକ୍ରିୟ ଥିଲେ । ଗିରଫ ୮ ଜଣ ନକ୍ସଲଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୁକମା ଏସପି ସୁନୀଲ ଶର୍ମା କହିଛନ୍ତି ।
ଗିରଫ ହୋଇଥିବା ୮ ମାଓବାଦୀଙ୍କ ମଧ୍ୟରୁ ୨ ଜଣଙ୍କ ନାଁରେ ପୁରସ୍କାର ରାଶି ଥିଲା । ଜଣଙ୍କ ମୁଣ୍ଡରେ ୮ ଲକ୍ଷ ଓ ଅନ୍ୟ ଜଣଙ୍କୁ ଧରାଇ ଦେଲେ ୫ ଲକ୍ଷ ଟଙ୍କା ଦିଆଯିବ ବୋଲି ଘୋଷଣା କରାଯାଇଥିଲା ।
Powered by Froala Editor