ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ୍ ଅଧିକାରୀ

ଭଦ୍ରକ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ୍ ଅଧିକାରୀ । ତେବେ ନାବାଳିକାକୁ ଉଦ୍ଧାର ଲାଗି ତଦନ୍ତକାରୀ ଅଫିସର କୈଳାସ ଚନ୍ଦ୍ର ଖୁଣ୍ଟିଆ ତାଙ୍କ ପରିବାରକୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ନାବାଳିକାର ବାପା ପ୍ରଥମେ ୫ ହଜାର ଟଙ୍କା ଓ ପରେ ଅଢେଇ ହଜାର ଟଙ୍କା ଦେଇଥିଲେ । ଏହା ପରେ ଗାଡିରେ ତେଲ ଖର୍ଚ୍ଚ ହୋଇଗଲା ଓ ମୋ ପାଇଁ କିଛି ରହିଲାନି ବୋଲି କୈଳାଶ ନାବାଳିକାର ପିତାକୁ କହିଥିଲେ । ସଂଧ୍ୟାରେ ବାକି ୨ ହଜାର ଟଙ୍କା ନେଉଥିବା ବେଳେ ପୂର୍ବରୁ ସୂଚନା ପାଇଥିବା ଭିଜିଲାନ୍ସ ଅଧିକାରୀ ପହଂଚିଯାଇଥିଲେ ଓ ସମ୍ପୃକ୍ତ ଏଏସଆଇଙ୍କୁ ଧରିଥିଲେ ।
ସୂଚନା ଅନୁସାରେ ସେପ୍ଟେମ୍ବର ମାସ ୨୭ରେ ଖାଣ୍ଟଖୁଆଡ ଗାଁର ଯୁଧିଷ୍ଠିର ମଳିକଙ୍କ ନାବାଳିକା ଝିଅକୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହାପରେ ଏହି ଅପହରଣ ଘଟଣାର ତଦନ୍ତ କରିଥିଲେ ଅଫିସର କୈଳାଶଚନ୍ଦ୍ର ଖୁଣ୍ଟିଆ ।
Powered by Froala Editor