ଆଜି ୧୨ଘଣ୍ଟା ଗଜପତି ବନ୍ଦ

ଗଜପତି: ମହାଲିଙ୍ଗ କଲେଜ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାରେ ଜୋର ଧରିଛି ରାଜନୀତି । ମମିତାଙ୍କୁ ନ୍ୟାୟ ମିଳିବା ଦାବିରେ ସାରା ରାଜ୍ୟରେ ଉଠୁଛି ପ୍ରତିବାଦର ସ୍ୱର । ବିରୋଧୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ଓ ଦିନକୁ ଦିନ ବିରୋଧୀଙ୍କ ଆନେ୍ଦାଳନ ତୀବ୍ର ହେବାରେ ଲାଗିଛି ।
ତେବେ ମମିତାଙ୍କ ପରିବାରକୁ ନ୍ୟାୟ ଦେବା, ଗୃହମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଓ ବହିଷ୍କାର ଦାବି ସହ ମନ୍ତ୍ରୀଙ୍କ ଗିରଫ ଓ ଘଟଣାର ସିବିଆଇ ତଦନ୍ତ ଏବଂ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଗରଫ କରିବା, ଦାବି କରି ଆଜି ବିଜେପି ପକ୍ଷରୁ ୧୨ଘଣ୍ଟିଆ ଗଜପତି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗଜପତିରେ ବନ୍ଦ ପାଳନ କରାଯାଉଛି । ଏହି ବନ୍ଦ ସମୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦେଇ ସମସ୍ତ ଗାଡି ଚଳାଚଳ ବନ୍ଦ କରାଯାଇଛି । ଜିଲ୍ଲାର ୭ଟି ବ୍ଲକରେ ଗାଡି ଚଳାଚଳ ସଂପୂର୍ଣ୍ଣ ବନ୍ଦ କରାଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ପିକେଟିଂ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।
Powered by Froala Editor