୮ରେ ଜନତା କର୍ଫ୍ୟୁ ପାଇଁ ବରିଷ୍ଠ କଂଗ୍ରେସ ନେତାଙ୍କ ଆହ୍ୱାନ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ମମିତାଙ୍କୁ ନ୍ୟାୟ ଦେବା ପାଇଁ ଲଢ଼େଇ ଜୋରଦାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ। ଆସନ୍ତା ୮ ତାରିଖରେ ଜନତା କର୍ଫ୍ୟୁ ପାଳନ କରିବା ପାଇଁ କଳାହାଣ୍ଡି ବାସିନ୍ଦାଙ୍କୁ ଆହ୍ୱାନ ଦେଇଛନ୍ତି।
ସେ କହିଛନ୍ତି, ଆସନ୍ତା ୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବାର କାର୍ୟ୍ୟକ୍ରମ ରହିଛି। ଏହାକୁ ବିରୋଧ କରି କଳାହାଣ୍ଡି ବାସିନ୍ଦା ଜନତା କର୍ଫ୍ୟୁ ପାଳନ କରନ୍ତୁ।
ଭକ୍ତ କହିଛନ୍ତି, ମମିତା ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀଙ୍କୁ ତାଙ୍କ ପଦରୁ ହଟାଇ ଘଟଣାର ସତ୍ୟାସତ ଉନ୍ମୋଚନ କରାଯାଉ ବୋଲି ଓଡ଼ିଶା ବାସୀ ଓ ବିରୋଧୀ ଦଳ ଦାବି କରୁଛନ୍ତି। ହେଲେ ସରକାର ତାଙ୍କୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି। ମୁଖ୍ୟମନ୍ତ୍ରୀ ଆଠ ତାରିଖରେ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ମନ୍ତ୍ରୀଙ୍କୁ ବାହାଦୁରି ଦେବାକୁ ଚେଷ୍ଟା କରୁଛନ୍ତି। ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତରେ ନ ଆସି ଭୁବନେଶ୍ୱରେ ରହି ଭିଡ଼ିଓ କନଫେରେସିଂ ଜରିଆରେ ବିଭିନ୍ନ କାର୍ୟ୍ୟକ୍ରମର ଉଦଘାଟନ କରନ୍ତୁ। ମମିତାଙ୍କୁ ନ୍ୟାୟ ମିଳୁ । କଳାହାଣ୍ତି ଜିଲ୍ଲା କଳଙ୍କିତ ନ ହେଉ ବୋଲି ଭକ୍ତ କହିଛନ୍ତି।
ଅନ୍ୟପକ୍ଷରେ ମହାଲିଙ୍ଗ କଲୋଜ ଶିକ୍ଷୟତ୍ରୀ ମମିତା ମେହେରଙ୍କ ମୃତୁ୍ୟ ମାମଲାରେ ଆଜି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ବିବେକ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତିଙ୍କର ୧୬୧ ନମ୍ବର ବୟାନରୁ ଏହି ତଥ୍ୟ ମିଳିଛି ।
ତଥ୍ୟ ଅନୁସାରେ ଗତମାସ ୮ତାରିଖ ମଧ୍ୟାହ୍ନ ୧୨ଟା ୩୦ରେ ଗୋବିନ୍ଦ ମମିତାଙ୍କ ଶବ ପୋଡିବାକୁ ବିବେକଙ୍କଠୁ ୨ଟି ଟାୟାର ମଗାଇଥିଲା ଓ ଡ୍ରାଇଭର ରାଧେଶ୍ୟାମ ଦିନ ୩ଟାରେ ଯାଇ ଟାୟାର ଆଣିବ ବୋଲି କହିଥିଲା । ଏହାପରେ ଦିନ ୩ଟାରେ ଡ୍ରାଇଭର ରଧେଶ୍ୟାମ ଚଣ୍ଡି ବିବେକଙ୍କଠାରୁ ଯାଇ ୨ଟି ଟାୟାର ଆଣିଥିଲା । ଏହି ଟାୟାରରେ ମମିତାଙ୍କ ମୃତ ଶରୀରକୁ ଗୋବିନ୍ଦ ପୋଡିଥିବା ସୂଚନା ମିଳିଛି ।
Powered by Froala Editor