୧୦ ଦିନ ମଧ୍ୟରେ ଏଲପିଜି ରେଟ୍ ହ୍ରାସ ନକଲେ ଆନ୍ଦୋଳନ କରିବ ବିଜେଡି

ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାର ବିରୋଧରେ ଆନ୍ଦୋଳନ ପନ୍ଥା ଆପଣାଇଥିବା ବିଜେଡି ଗୁରୁବାର ଦିନ ରନ୍ଧନ ଗ୍ୟାସ ଦର ହ୍ରାସ ପାଇଁ ଦାବି କରିଛି । ଏଥିପାଇଁ ବିଜେଡି ପକ୍ଷରୁ ୧୦ ଦିନିଆ ଡେଡ୍ ଲାଇନ୍ ଦିଆଯାଇଛି । ୧୦ ଦିନ ମଧ୍ୟରେ ଏଲପିଜି ରେଟ୍ ହ୍ରାସ ନକଲେ ବିଜେଡି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି ।
ବିଜେଡି ପକ୍ଷରୁ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଏ ନେଇ ଏକ ସାମ୍ବାଦୀକ ସମ୍ମିଳନୀ କରିଛନ୍ତି । ଏଥିରେ ସେ କହିଛନ୍ତି, ଓଡ଼ିଶା ସରକାର ପେଟ୍ରୋଲରେ ୬.୩୦ ଟଙ୍କା ଓ ଡିଜେଲରେ ୪.୬୫ ଟଙ୍କା କମାଇଛନ୍ତି। ଏହି ଦର ହ୍ରାସ ପରେ ରାଜ୍ୟର ୨ ହଜାର କୋଟି ଟଙ୍କା କ୍ଷତି ହେବ । କିନ୍ତୁ ଖୁସିର କଥା ଯେ ସାରା ଦେଶରେ ତେଲ ଦର ଓଡ଼ିଶାରେ ସବୁଠାରୁ କମ। ହେଲେ ଦୁର୍ଭାଗ୍ୟଜନକ କେନ୍ଦ୍ର ଯେଉଁ ସେସ ଆଦାୟ କରୁଛି, ତାହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଭାଗ ହେବା କଥା ବା ଉଛେଦ ହେବା କଥା। ଏହା ସଂଘୀୟ ବ୍ୟବସ୍ଥା ବିରୋଧୀ। କେନ୍ଦ୍ର ସରକାର LPG ଦର ଉପରୁ ଏକ୍ସାଇଜ ଓ ଅନ୍ୟ ଟ୍ୟାକ୍ସକୁ ତୁରନ୍ତ ହ୍ରାସ କରନ୍ତୁ।’ ଦରଦାମ ବୃଦ୍ଧି ପ୍ରତିବାଦରେ ଯୁବ ଓ ଛାତ୍ର ଆନ୍ଦୋଳନ ଆସନ୍ତାକାଲିଠାରୁ ୧୦ ଦିନ ପାଇଁ ସ୍ଥଗିତ ରହିଛି। ଏହି ୧୦ ଦିନ ଭିତରେ LPGରେଟ ଯଦି କେନ୍ଦ୍ର ସରକାର ହ୍ରାସ ନ କରନ୍ତି ତେବେ ଆନ୍ଦୋଳନ ଆହୁରି ତୀବ୍ରତର ହେବ। ପଞ୍ଚାୟତ ଯାଏ ଚାଲି କେନ୍ଦ୍ର ସରକାରଙ୍କୁ ଦୃଢ଼ ଜବାବ ଦିଆଯିବ।
ସୂଚନାଯୋଗ୍ୟ ଯେ, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡ ରାସ୍ତାକୁ ଓହ୍ଲାଇଥିଲା । ତେବେ ବୁଧବାର ରାତିରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ପେଟ୍ରୋଲ ଉପରୁ ୫ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କାର ଏକସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ।ଫଳେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬ଟଙ୍କା ୧୫ପଇସା ଓ ଡିଜେଲ ଲିଟର ପିଛା ୧୨ ଟଙ୍କା ୮୮ ପଇସା କମିଥିଲା । ପରେ ଗୁରୁବାର ଦିନ ରାଜ୍ୟ ସରକାର ଉଭୟ ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କରିଛନ୍ତି । ଯାହାର ସୁଫଳ ଖାଉଟି ପାଇବେ । ଏହି ନୂଆ ଦର ଆସନ୍ତାକାଲି ମଧ୍ୟରାତ୍ରୀରୁ ଲାଗୁ ହେବ ।
Powered by Froala Editor