ତେଲରୁ ୩ଟଙ୍କା ଭାଟ ହ୍ରାସ କଲେ ରାଜ୍ୟ ସରକାର, ରାଜ୍ୟ ସରକରଙ୍କ ଦୀପାବଳି ଭେଟି

ଭୁବନେଶ୍ୱର: ଗତ କିଛି ଦିନ ତଳେ ତେଲ ଦର ହୁ ହୁ ହୋଇ ବଢି ଚାଲୁଥିଲା । ଏହାର ପ୍ରଭାବ ବଜାରର ସମସ୍ତ ଜିନିଷ ଉପରେ ପଡୁଥିଲା । ଏଥିରେ ଖାଉଟିମାନେ ସିଧାସଳଖ ପ୍ରଭାବିତ ହୋଇଥିଲେ । ତେବେ ଗତକାଲି କେନ୍ଦ୍ର ସରକାର ଶୁଳ୍କ ହ୍ରାସ କଲାପରେ ଦେଶର ବିଭିନ୍ନ ରାଜ୍ୟରେ ଭାଟ ହ୍ରାସ କରାଯାଇଛି । ଗତକାଲି କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୫ଟଙ୍କା ହ୍ରାସ କରିଥିବା ବେଳେ ଡିଜେଲ ଲିଟର ପିଛା ୧୦ଟଙ୍କା ହ୍ରାସ କରିଥିଲେ ।
ଆଜି ଓଡିଶା ସରକାର ରାଜ୍ୟବାସୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି । ତେଲରୁ ୩ ଟଙ୍କା ଭାଟ ହ୍ରାସ କରିଛି ରାଜ୍ୟ । ପେଟ୍ରୋଲ ଓ ଡିଜେଲରୁ ତିନି ଟଙ୍କା ଭାଟ ହ୍ରାସ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଭାଟ ହ୍ରାସ ଆସନ୍ତା ୫ତାରିଖ ମଧ୍ୟ ରାତ୍ରିରୁ ରାଜ୍ୟରେ ଲାଗୁ ହେବ । ଏହି ଭାଟ ହ୍ରସ ଯୋଗୁଁ ରାଜ୍ୟରେ ୨୦୦୦କୋଟି ଟଙ୍କା କ୍ଷତି ହେବ ବୋଲି ସୂଚନା ମିଳିଛି ।
Powered by Froala Editor