ଆଜି ରାଜ୍ୟରେ ୩୫୧ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୩୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛିନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୦୭ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମଣ ରହିଛି ୧୪୪ ଓ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ୪୫ ଜଣ ରହିଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ବାହାରିଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୮୧ଜଣ, ଅନୁଗୁଳରୁ ୧, ବାଲେଶ୍ୱରରୁ ୧୩, ଭଦ୍ରକ ଜିଲ୍ଲାରୁ ୬ଜଣ, ବଲାଙ୍ଗୀରରୁ ୪, କଟକ ଜିଲ୍ଲାରୁ ୩୫ଜଣ, ଦେବଗଡରୁ ୧, ଗଜପତିରୁ ୨, ଜଗତସିଂହପୁର ଜିଲ୍ଲାରୁ ୧୦ଜଣ, ଯାଜପୁର ଜିଲ୍ଲାରୁ ୧୫ଜଣ, ଝାରସୁଗୁଡାରୁ ୧, କେନ୍ଦୁଝରରୁ ୧, କୋରାପୁଟରୁ ୨, ମୟୂରଭଞ୍ଜରୁ ୩, ନବରଙ୍ଗପୁରରୁ ୨, ନୟାଗଡରୁ ୬, ନୂଆପଡାରୁ ୧, ପୁରୀରୁ ୬, ସମ୍ବଲପୁରରୁ ୫, ସୋନପୁରରୁ ୧, ସୁନ୍ଦରଗଡରୁ ୩ଜଣ ଓ ରାଜ୍ୟପୁଲରୁ ୪୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୪୨ହଜାର ୭୭୩ କୁ ବୃଦ୍ଧି ପାଇଛି ।
Powered by Froala Editor