କମିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ କେତେ ଟଙ୍କା

ଭୁବନେଶ୍ୱର: ଗତ କିଛି ଦିନ ହେବ ହୁ ହୁ ହୋଇ ବଢିଚାଲିଥିଲା ପେଟ୍ରୋଲ ଓ ଡିଜେଲ ଦର । ଏହାର ପ୍ରଭାବ ବଜାରର ବିଭିନ୍ନ ଜିନିଷ ଉପରେ ପଡୁଥିଲା । ଏନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା । ତେବେ ଗତକାଲି ମଧ୍ୟରାତ୍ରରେ ପେଟ୍ରୋଲ ଦର କମି ନୂଆ ପେଟ୍ରୋଲ ଦର ଧାର୍ଯ୍ୟ କରାଯାଇଛି ।
ପେଟ୍ରୋଲ ଲିଟର ପିଛା ୫ଟଙ୍କା କମିଥିବାବେଳେ ଡିଜେଲ ଲିଟର ପିଛା ୧୦ଟଙ୍କା ହ୍ରାସ ପାଇଛି । ଏକସାଇଜ୍ ଡୁ୍ୟଟି ହ୍ରାସ ପରେ ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ ପାଇଥିବା ସୂଚନା ମିଳିଛି । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୪ଟଙ୍କା ୯୧ ପଇସା ରହିଥିବାବେଳେ ଡିଜେଲ ଲିଟର ପିଛା ୯୪ଟଙ୍କା ୫ପଇସା ରହିଛି । ସେହିପରି ଜୟପୁରରେ ପେଟ୍ରାଲ ଟ.୧୦୯.୭୩ ଓ ଡିଜେଲ ଲିଟର ପିଛା ଟ.୯୯.୨୧ ରହିଛି ।
ଏହା ସହିତ କଟକରେ ପେଟ୍ରୋଲ ଲିଟର ପିଛା ୧୦୫ଟଙ୍କା ୨୯ ପଇସା ଓ ଡିଜେଲ ୯୪ଟଙ୍କା ୮୮ ପଇସା ରହିଛି । ସମ୍ବଲପୁରରେ ପେଟ୍ରାଲ ଦର ଟ.୧୦୫.୬୨ ଓ ଡିଜେଲ ଟ.୯୫.୨୫ ରହିଛି ।
Powered by Froala Editor