ସଂକ୍ରମଣ ଭୟ, କରୋନା ପାଇଁ କମିବ ବ୍ୟାଙ୍କ କାରବାର ସମୟ
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବୃଦ୍ଧି ପାଉଛି । ଏଥିଯୋଗୁ ଜୀବନ ପ୍ରତି ବିପଦ ରହିଥିବାରୁ ବ୍ୟାଙ୍କ ଗୁଡ଼ିକର ବ୍ୟବସାୟ ସମୟକୁ ମଧ୍ୟ କମାଇ ଦିଆଯାଇଛି । ଇଣ୍ଡିଆନ ବ୍ୟାଙ୍କସ ଆସୋସିଏସନ ବା ଆଇବିଏ ପକ୍ଷରୁ ବୁଧବାର ଅନୁଷ୍ଠିତ ଏକ ବୈଠକରେ ଏ ନେଇ ନିଷ୍ପତ୍ତି କରାଯାଇଛି । ବ୍ୟାଙ୍କ ଗୁଡିକ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି ଆଇବିଏ ପକ୍ଷରୁ କୁହାଯାଇଛି । ବ୍ୟାଙ୍କ ଗୁଡ଼ିକ ଜମା ଗ୍ରହଣ, ଟଙ୍କା ଉଠାଣ, ଅର୍ଥ ପ୍ରେରଣ ଏବଂ ସରକାରୀ ବ୍ୟବସାୟ ଭଳି ୪ଟି ମୌଳିକ ସେବା ଯୋଗାଇ ଦେବେ । ବ୍ୟାଙ୍କର କାର୍ଯ୍ୟ ସମୟ (ବ୍ୟବସାୟ ସମୟ) ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୨ ପର୍ଯ୍ୟନ୍ତ ମଧ୍ୟରେ ସୀମିତ ରଖାଯାଇ ପାରିବ ବୋଲି ଆଇବିଏ ପକ୍ଷରୁ ବ୍ୟାଙ୍କ ଗୁଡ଼ିକୁ କୁହାଯାଇଛି । ତେବେ କରୋନାର ଦ୍ୱିତୀୟ ଲହରରେ ଦେଶବ୍ୟାପୀ ଲକଡାଉନ ଓ ସଟଟାଉନ କାର୍ଯ୍ୟକାରୀ ହେଉନାହିଁ । ପରିସ୍ଥିତିକୁ ଦେଖି ରାଜ୍ୟଗୁଡ଼ିକ ବିଭିନ୍ନ ପ୍ରକାର କଟକଣା ଓ ନିଦେ୍ର୍ଧଶାବଳୀ ଜାରି କରୁଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସଏଲବିସି) ସେମାନଙ୍କ ରାଜ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏସଓପିରେ ପରିବର୍ତ୍ତନ ଆଣିପାରିବ ବୋଲି ଆଇବିଏ କହିଛି ।
Powered by Froala Editor