ଛଟ୍ ପୂଜାରେ ଲାଗିଲା କୋଭିଡ୍ କଟକଣା

ଛଟ୍ ପୂଜା ପାଳିବା ଉପରେ କଟକରେ ଜାରି ହୋଇଛି କଟକଣା। କଟକ ମହାନଗର ନିଗମ (ସିଏମ୍ସି) କର୍ତ୍ତୃପକ୍ଷ କଟକଣା ଜାରି କରିଛନ୍ତି । ସିଏମ୍ସି ଅଞ୍ଚଳରେ କୌଣସି ସର୍ବସାଧାରଣ ସ୍ଥାନରେ ଛଟ୍ ପୂଜା ପାଳନ କରାଯାଇ ପାରିବ ନାହିଁ ବୋଲି କର୍ତ୍ତୃପକ୍ଷ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସିଏମ୍ସି ପକ୍ଷରୁ କୁହାଯାଇଛି ଛଟ୍ ପୂଜା ବେଳେ ବିଭିନ୍ନ ଜଳାଶୟ କୂଳରେ ଲୋକଙ୍କର ପ୍ରବଳ ସମାଗମ ହୋଇଥାଏ। ତେଣୁ ଲୋକଙ୍କ ସୁରକ୍ଷା ଓ କୋଭିଡ୍ ବ୍ୟାପିବା ଆଶଙ୍କାରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଅନ୍ୟପକ୍ଷରେ କାଳୀପୂଜା ପାଇଁ କମିଶନରେଟ ପୁଲିସ୍ ପକ୍ଷରୁ କଟକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
Powered by Froala Editor