ବିସ୍ଫୋରଣରେ ତିନି ଗୁରୁତର ଆହତ

ଆଠଗଡ: ଆଉମାତ୍ର କେଇ ଘଣ୍ଟା ପରେ ଦୀପାବଳି । ବାଣ, ମିଠା, ଦୀପ, ମହମବତୀ ଓ ଘର ସଜେଇ ଲୋକମାନେ ଆନନ୍ଦ ଉଲ୍ଲାସରେ ପାଳିବେ ଆଲୋକର ପର୍ବକୁ । ଏତଇପାଇଁ ବଜାରରେ ବିଭିନ୍ନ ଜିନିଷ କିଣିବାକୁ ଭିଡ ଦେଖିବାକୁ ମିଳିଛି । ଏହାରି ଭିତରେ ଦୀପାବଳି ନହେଉଣୁ ଏକ ଅଘଟଣ ଦେଖିବାକୁ ମିଳିଛି ।
ତିଗିରିଆ ବାଣେଶ୍ୱର ପଡାରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଜଣେ ମହିଳା ଓ ଜଣେ ଶିଶୁଙ୍କ ସମେତ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ତିନି ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ପ୍ରାଥମିକ ଚିକିସôା ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
Powered by Froala Editor