ମହାଲିଙ୍ଗ କଲେଜ ଲେଡିଜ୍ ହଷ୍ଟେଲକୁ ତନତନ କରି ଯାଞ୍ଚ

ଭୁବନେଶ୍ୱର: ମହାଲିଙ୍ଗ କଲେଜ ଶିକ୍ଷୟତ୍ରୀ ମମିତା ମେହେରଙ୍କ ମୃତୁ୍ୟକୁ ନେଇ ଜୋର ଧରିଛି ପ୍ରତିବାଦ । ଚାରିଆଡେ ବିରୋଧୀଙ୍କ ନାରାବାଜି ଓ ବନ୍ଦ ଡାକରା ଯୋଗୁଁ ଉଠୁଛି ପଡୁଛି ରାଜ୍ୟ । ଅନ୍ୟପଟେ ମମିତାଙ୍କ ମୃତୁ୍ୟ ପରେ ମହାଲିଙ୍ଗ କଲେଜ୍ ବନ୍ଦ ରହିଛି । ଫଳରେ ସେଠାରେ ପଢୁଥିବା ପିଲାମାନଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଛି ।
ତେବେ ଏନେଇ ଆଜି ଅଭିଭାବକମାନଙ୍କୁ ଡାକି ଏକ ବୈଠକ କରାଯାଇଥିଲା । ଆଜି ମହାଲିଙ୍ଗ କଲେଜର ଦୁଇଟି ଲେଡିଜ୍ ହଷ୍ଟେଲ ତନତତନ କରି ଯାଞ୍ଚ କରାଯାଉଛି । ଯୁକ୍ତ୨ ଓ ଯୁକ୍ତ୩ ପିଲା ରହୁଥିବା ଲେଡିଜ୍ ହଷ୍ଟେଲ ଯାଞ୍ଚ କରାଯାଉଛି । ସେଠାରେ ଧର୍ମଗଡ ଉପଜିଲ୍ଲାପାଳ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧୀକାରୀ ତଦନ୍ତ କରୁଛନ୍ତି ।
ଅନ୍ୟପଟେ ଅଭିଭାବକ ମାନେ ନିଜ ପିଲାଙ୍କୁ ହଷ୍ଟେଲ ଛାଡିବାକୁ ରାଜି ହେଉନାହାଁନ୍ତି ଓ ଅନଲାଇନ କ୍ଲାସ କରିବାକୁ ପରାମର୍ଶ ଦେଇଛନ୍ତି ।
Powered by Froala Editor