ରାଜସ୍ବ ନିରୀକ୍ଷକଙ୍କୁ କାର୍ୟ୍ୟରୁ ନିଲମ୍ବନ

ଗୋପ: ପୁରୀ ତହସିଲ ଅନ୍ତର୍ଗତ ବେତାଳ ଆର୍.ଆଇ ସର୍କିଲର ରାଜସ୍ବ ନିରୀକ୍ଷକ ଶ୍ର ମନୋଜ କୁମାର ପରିଡାଙ୍କୁ କାର୍ୟ୍ୟରୁ ନିଲମ୍ବନ କରାଯାଇଛି । ବିଶୃଙ୍ଖଳା ଆଚରଣ ଓ ସରକାରୀ କାର୍ୟ୍ୟରେ ଅବହେଳା କରିବା ନିମନ୍ତେ ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଏହି ନିଲମ୍ବନ ଆଦେଶ ଜାରି କରିଛନ୍ତି । କାକଟପୁର ଥାନା ସମ୍ମୁଖରେ ନିର୍ଦ୍ଧିଷ୍ଟ ରାଜନୈତିକ ଦଳରେ ସାମିଲ ହୋଇ ଧାରଣା ଦେବା, ସରକାରୀ ବିରୋଧି ମନ୍ତବ୍ୟ ଦେବା, ବିଭିନ୍ନ ଗଣମାଧ୍ୟମ ଚ୍ୟାନେଲରେ ବିବୃତି ଦେବା, ନିଶାସକ୍ତ ଅବସ୍ଥାରେ ବିଶୃଙ୍ଖଳା ପ୍ରଦର୍ଶନ କରିବା, ବିନା ଅନୁମତିରେ ମୁଖ୍ୟ କାର୍ୟ୍ୟାଳୟ ଛାଡିବା, ସରକାରୀ ସେବା ଆଚରଣ ସଂହିତା ଉଲଙ୍ଘନ କରିବା, ନିଜ କର୍ତ୍ତବ୍ୟରେ ଚରମ ଅବହେଳା ପ୍ରଦର୍ଶନ କରିବା ଆଦିକୁ ବିଚାରକୁ ନିଆଯାଇ ତାଙ୍କୁ ନିଲମ୍ବନ କରାଯାଇଛି । ନିଲମ୍ବନ ପରେ ତାଙ୍କ ମୁଖ୍ୟ କାର୍ୟ୍ୟାଳୟ ଡେଲାଙ୍ଗ ତହସିଲ ରଖାଯାଇଛି ଓ ସେ ବିନା ଅନୁମତିରେ ମୁଖ୍ୟ କାର୍ୟ୍ୟାଳୟ ଛାଡିପାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି ।
Powered by Froala Editor