ଦେଶରେ ୩ ଲକ୍ଷ ୩୨ ହଜାର ୭୩୦ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩ ଲକ୍ଷ ୩୨ ହଜାର ୭୩୦ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଫଳରେ ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬୨ ଲକ୍ଷ ୬୩ ହଜାର ୬୯୫ରେ ପହଁଚିଛି । ଲଗାତର ଦ୍ୱିତୀୟ ଦିନ ପାଇଁ ଦୈନିକ କରୋନା ସଂକ୍ରମଣ ୩ ଲକ୍ଷ ଟପିଯାଇଛି । ଦେଶରେ ଏଯାବତ କରୋନାରେ ୧ ଲକ୍ଷ ୮୬ ହଜାର ୯୨୮ ଜଣଙ୍କର ପ୍ରାଣହାନୀ ଘଟିଛି । ସମ୍ପ୍ରତି ୨୪ ଲକ୍ଷ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଗତ ୨୪ ଘଂଟା ମଧ୍ୟରେ କରୋନାରେ ୨୨୬୩ ଜଣ ପ୍ରାଣ ହରାଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଦିଲ୍ଲୀରେ ୨୬ ହଜାର, ମହାରାଷ୍ଟ୍ରରେ ୬୭୦୧୩, ଉତରପ୍ରଦେଶରେ ୩୪୩୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟଗୁଡ଼ିକ ହେଉଛି, ମହାରାଷ୍ଟ୍ର (୪୦୯୪୮୪୦), କେରଳ (୧୩୨୨୦୫୪), କର୍ଣ୍ଣାଟକ (୧୧୦୯୬୫୦), ତାମିଲନାଡ଼ୁ (୯୬୨୯୩୫), ଆନ୍ଧ୍ରପ୍ରଦେଶ (୯୪୨୧୩୫), ଉତରପ୍ରଦେଶ (୯୭୬୭୬୫) ଓ ଦିଲ୍ଲୀ (୯୫୬୩୪୮) ।
ଅପରପକ୍ଷରେ ଅକ୍ସିଜେନ ସଂକଟ ଚିନ୍ତା ବଢ଼ାଇ ଦେଇଛି । ତେବେ ଅକ୍ସିଜେନ ଯୋଗାଣ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକ ମିଳିତ ଉଦ୍ୟମ ଜାରି ରଖିଥିବାରୁ ଦିନେ ଦିଦିନ ମଧ୍ୟରେ ଏହି ସଂକଟ ଦୂରୀଭୂତ ହୋଇପାରିବ ବୋଲି ଆଶା କରାଯାଉଛି ।
Powered by Froala Editor